କାଠମାଣ୍ଡୁ,୧୫।୧: ପାଞ୍ଚ ଜଣ ଭାରତୀୟଙ୍କ ସମେତ ୭୨ ଜଣଙ୍କୁ ନେଇ ଯାଉଥିବା ନେପାଳର ଏକ ଯାତ୍ରୀବାହୀ ବିମାନ ରବିବାର ଅବତରଣ କରିବା ସମୟରେ ନଦୀ ଉପତ୍ୟକାକୁ ଖସିପଡିଛି। ବିମାନରେ ୬୮ ଜଣ ଯାତ୍ରୀ ଏବଂ ଚାରିଜଣ କ୍ରୁ ସଦସ୍ୟ ଥିଲେ। ଏପର୍ଯ୍ୟନ୍ତ ୬୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଏହି ବିମାନ କାଠମାଣ୍ଡୁରୁ ପୋଖରା ଅଭିମୁଖେ ଯାଉଥିଲା ଏବଂ ବିମାନ ବନ୍ଦରରେ ଅବତରଣ କରିବା ପୂର୍ବରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନ ସେବା ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ସେନା, ବାୟୁସେନା ଏବଂ ବିମାନବନ୍ଦର ପ୍ରଶାସନ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ସୂଚନା ଦେଇଛି, ଏହି ବିମାନରେ ୧୫ ଜଣ ବିଦେଶୀ ଥିଲେ। ସେଥିମଧ୍ୟରୁ ଭାରତର ୫ ଜଣ ବୋଲି ଜଣାପଡିଛି।