୯ ଭାରତୀୟଙ୍କୁ ଗିରଫ କଲା ନେପାଳ

କାଠମାଣ୍ଡୁ,୧୫ା୬: ଦେଶର ସୁଦୂର ପଶ୍ଚିମ ପ୍ରଦେଶରେ ବେଆଇନ ଫାର୍ମାସି ଚଳାଇଥିବା ଅଭିଯୋଗରେ ନେପାଳ ପୋଲିସ ୯ ଭାରତୀୟ ନାଗରିକଙ୍କୁ ଗିରଫ କରିଛି। ଜିଲା ପୋଲିସ କାର୍ଯ୍ୟାଳୟର ଇନ୍ସପେକ୍ଟର ଭରତ ରାଜ ଗିରି କହିଛନ୍ତି ଯେ, କାଞ୍ଚନପୁର ଜିଲାର ଦୋଧ୍ରା ଚଡାନି ପୌରପାଳିକାରେ ଏକ ବେଆଇନ ଫାର୍ମାସି ଚଳାଇଥିବାରୁ ଏହି ଭାରତୀୟ ନାଗରିକମାନଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ସଞ୍ଜୟ ବିଶ୍ୱାସ, କାର୍ତ୍ତିକ ସର୍ଦ୍ଦାର, ରବି ବିଶ୍ୱାସ, ନିଃଶ୍ୱାସ ଗାଇନ, ନିରଞ୍ଜନ ଅଧିକାରୀ, ଭୂପେନ୍ଦ୍ର ପୁରୀ, ରାଜେଶ ବିଶ୍ୱାସ, ସନ୍ତୋଷ ସରକାର ଏବଂ ସୁଦର୍ଶନ ହାଲଦାର।

Share