ନେପାଳ ହେଲିକପ୍ଟର ଦୁର୍ଘଟଣା: ଅନାବଶ୍ୟକ ଉଡାଣ ଉପରେ ଲାଗିଲା ପ୍ରତିବନ୍ଧକ

କାଠମାଣ୍ଡୁ,୧୩।୭: ନେପାଳର ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣା ପରେ ଆବଶ୍ୟକ ନ ଥିଲେ ହେଲିକପ୍ଟର ସେବା ଦେବାକୁ ପ୍ରତିବନ୍ଧକ ଲଗାଇଛନ୍ତି ସରକାର। ଦୁଇ ମାସ ପାଇଁ ହେଲିକପ୍ଟରର ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ପ୍ରତିବନ୍ଧକ ଦର୍ଶନୀୟ ସ୍ଥାନ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ।

ପର୍ବତ ଉପରେ ଉଡ଼ାଣ, ସ୍ଲିଙ୍ଗ ଫ୍ଲାଇଟ ଏବଂ ହେଲିକପ୍ଟର ଦ୍ୱାରା ଫୁଲ ବର୍ଷା ଭଳି ସେବା ସେପ୍ଟେମ୍ବର ପର୍ଯ୍ୟନ୍ତ ନିଷେଧ ରହିବ ବୋଲି ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ସିଏଏଏନ) ଟ୍ବିଟ୍‌ କରି ସୂଚନା ଦେଇଛିି। ହେଲିକପ୍ଟର ଦୁର୍ଘଟଣାର କାରଣ ଜାଣିବା ପାଇଁ ନେପାଳ ସରକାର ଏକ ତଦନ୍ତ କମିଟି ଗଠନ କରିଛନ୍ତିି।

Share