ନେପାଳରେ ବଡ଼ ଦୁର୍ଘଟଣା: ନଦୀକୁ ଖସିଲା ଭାରତୀୟ ଯାତ୍ରୀବାହୀ ବସ୍‌

କାଠମାଣ୍ଡୁ,୨୩।୮: ନେପାଳରେ ଏକ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ୪୦ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିପଡିଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ଅନେକ ଲୋକଙ୍କର ମୃତ୍ୟୁ ହେବାର ସମ୍ଭାବନା ରହିଛି।

ନେପାଳ ପୋଲିସର ଅଧିକାରୀ କହିଛନ୍ତି ଯେ ୪୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଭାରତୀୟ ଯାତ୍ରୀବାହୀ ବସ୍‌ ତନହୁନ ଜିଲାର ମାର୍ସାଙ୍ଗଡି ନଦୀରେ ଖସିପଡିଛି। ଜିଲା ପୋଲିସ କାର୍ଯ୍ୟାଳୟ ତନହୁନର ଡିଏସପି ଦୀପକମାର ରାୟ ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ନମ୍ବର ପ୍ଲେଟ UP FT 7623 ଥିବା ବସ୍‌ ନଦୀରେ ଖସିପଡିଛି। ଅଧିକାରୀଙ୍କ କହିବାନୁସାରେ, ବସ ପୋଖରାରୁ କାଠମାଣ୍ଡୁ ଯାଉଥିଲା।

ଅଧିକାରୀ କହିଛନ୍ତି , ବସ୍‌ରେ ୪୦ଜଣ ଯାତ୍ରୀ ଥିଲେ, ସେମାନଙ୍କ ମଧ୍ୟରୁ କେତେକଙ୍କୁ ଉଦ୍ଧାର କରାଯାଇଛି। କିନ୍ତୁ ଅନେକ ଲୋକ ନିଖୋଜ ଅଛନ୍ତି। ଏହି ବସ୍‌ଟି ଉତ୍ତରପ୍ରଦେଶରୁ ଆସିଛି। କିନ୍ତୁ ଉତ୍ତରପ୍ରଦେଶର କେଉଁ ଜିଲାରୁ ବସ୍‌ରେ ନେପାଳକୁ ଆସିଛନ୍ତି, ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ମିଳିପାରିନାହିଁ। ଏଥି ସହ ଉତ୍ତରପ୍ରଦେଶର ରିଲିଫ କମିଶନର କହିଛନ୍ତି ଯେ ବସ୍‌ରେ ଯାତ୍ରା କରୁଥିବା ଲୋକମାନେ କେଉଁଠୁଆସିଛନ୍ତି ତାହା ଜାଣିବା ପାଇଁ ଉଦ୍ୟମ ଚାଲିଛି। ଏଥିପାଇଁ ଯୋଗାଯୋଗ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ପ୍ଲାନିଂ କରି ହେଜ୍‌ବୋଲ୍ଲାକୁ ଫସାଇଲା ମୁସାଦ: ସିରିଜ୍ ବିସ୍ଫୋରଣ ପଛରେ ଇସ୍ରାଏଲୀ ଶେଲ୍‌ କମ୍ପାନୀ

ଜେରୁଜେଲମ୍‌,୧୯ା୯: ଲଗାତାର ଦୁଇ ଦିନ ସିରିଏଲ ବିସ୍ଫୋରଣ ଦ୍ୱାରା ଲେବାନନ୍ କମ୍ପିତ ହୋଇ ଉଠିଛି। ସବୁଆଡେ ପ୍ରାଣବିକଳାରେ ଲୋକଙ୍କ ଚିତ୍କାର ଶୁଭୁଥିଲା। ପ୍ରଥମ ଦିନରେ ପେଜର୍...

ବାଂଲାଦେଶ ହିଂସାରେ ସଂଖ୍ୟାଲଘୁଙ୍କ ମୃତ୍ୟୁକୁ ନେଇ ଆସିଲା ଚମକାଇବା ଭଳି ତଥ୍ୟ

ଢାକା,୧୯।୯: ବାଂଲାଦେଶ ହିଂସାରେ କେତେ ସଂଖ୍ୟାଲଘୁ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ କେତେଜଣ ଆହତ ହୋଇଛନ୍ତି ସେନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସମ୍ନୋକୁ ଆସିଛି। ଗୁରୁବାର...

ଇସ୍ରାଏଲ ଚିର ଶତ୍ରୁ ହିଜବୁଲ୍ଲା: ଅନେକ ମୁସଲମାନ ଦେଶକୁ ପାଣି ପିଆଇସାରିଛି, ଜାଣନ୍ତୁ ହିଜବୁଲାର ପୁରା କାହାଣୀ

ନୂଆଦିଲ୍ଲୀ,୧୯।୯: ଗାଜାରେ ଇସ୍ରାଏଲ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ଷେ ପୂରିବାକୁ ବସିଥିବା ବେଳେ ଏହି ଯୁଦ୍ଧ ଏବେ ଇସ୍ରାଏଲ ଏବଂ ହମାସରୁ ଯାଇ ହିଜବୁଲ୍ଲା...

ଚାଞ୍ଚଲ୍ୟକର ଖୁଲାସା କଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ: ୩୭୦କୁ ନେଇ ପାକିସ୍ତାନ ସହ ଅଛି ନ୍ୟାଶନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ

ଇସଲାମାବାଦ୍‌,୧୯।୯: ଜମ୍ମୁ କଶ୍ମୀରରେ ଚାଲିଥିବା ବିଧାନସଭା ନିର୍ବାଚନ ଉପରେ ପାକିସ୍ତାନ ନଜର ରଖିଛି। ଧାରା ୩୭୦ ଏବଂ ୩୫ଏ ପୁଣି ଥରେ କଶ୍ମୀରରେ ପୁନଃକାର୍ଯ୍ୟକାରୀ ହେବ...

ଭାରତ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ କାନାଡା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଓଟଓ୍ବା,୧୯।୯: ଭାରତ ଏବଂ କାନାଡା ମଧ୍ୟରେ ପୁଣି ଥରେ ଉତ୍ତେଜନା ବଢୁଥିବା ଜଣାପଡିଛି। କାନାଡିଆନ ସିକ୍ୟୁରିଟି ଇଣ୍ଟେଲିଜେନ୍ସ ସର୍ଭିସ (ସିଏସ୍‌ଆଇଏସ୍‌) କହିଛି, ଚାଇନା ଏବଂ ଭାରତ...

ଭୟଙ୍କର ସ୍ଥିତି ଆଡକୁ ଯାଉଛି ବାଂଲାଦେଶ: ସେନା ହାତକୁ ଗଲା ମାଜିଷ୍ଟ୍ରେଟ କ୍ଷମତା

ଢାକା,୧୯।୯:ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଅରାଜକତାକୁ ରୋକିବାରେ ଅସଫଳ ପ୍ରମାଣ ହୋଇଛନ୍ତି। ଫଳରେ ଦେଶରେ ପୁଣି ଥରେ ସାମରିକ ଶାସନର ଆହ୍ବାନ ବଢୁଛି।...

ଅଣ୍ଡର ଓ୍ବେୟାରକୁ ନେଇ ଏମିତି ଗାଇଡ ଲାଇନ ଜାରି କଳା ଏୟାର ଲାଇନ, ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଓ୍ବାଶିଂଟନ, ୧୮।୯: ଆମେରିକାର ଡେଲଟା ଏୟାରଲାଇନ୍ସ ଅନ୍ତବସ୍ତ୍ର ବା ଅଣ୍ଡର ଓ୍ବେୟାରକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ଦୁଇ ପୃଷ୍ଠାର ଗାଇଡଲାଇନ ବାହାରିବା...

ମାଲାମାଲ ହେଲା ବାଂଲାଦେଶ, ଆମେରିକା ପରେ ଏବେ…

ଢାକା,୧୮।୯: ଚଳିତ ଆର୍ଥିକ ବର୍ଷରେ ବାଂଲାଦେଶକୁ ଅତିରିକ୍ତ ୨ ବିଲିୟନ ଆମେରିକୀୟ ଡଲାର ପ୍ରଦାନ କରିବ ବୋଲି ବଶ୍ୱବ୍ୟାଙ୍କ ମଙ୍ଗଳବାର ଘୋଷଣା କରିଛି। ଗୁରୁତ୍ୱପୂର୍ଣ୍ଣ ସୁଧାର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri