Advertisement

ଓଲିଙ୍କୁ ଝଟ୍‌କା: କମ୍ୟୁନିଷ୍ଟ ପାର୍ଟିରୁ ହେଲେ ବିଦା

କାଠମାଣ୍ଡୁ,୨୪।୧: ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ କମ୍ୟୁନିଷ୍ଟ ପାର୍ଟିରୁ ହଟାଇ ଦିଆଯାଇଛି। ଏହାସହ ତାଙ୍କର ସଦସ୍ୟତା ମଧ୍ୟ ରଦ୍ଦ କରାଯାଇଛି। ସ୍ପ୍ଲିଣ୍ଟର୍‌ ଗ୍ରୁପ ମୁଖପାତ୍ର ନାରାୟଣ କାଜୀ ଶ୍ରେଷ୍ଠଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାର୍ଟିରେ ଓଲିଙ୍କ ବିରୋଧରେ ବିଦ୍ରୋହର ସ୍ବର ଦୀର୍ଘ ଦିନ ଧରି ଜୋରରେ ବଢିଥିଲା। ଏନସିପିର ଏକ ପୃଥକ ଦଳର ନେତା ପୁଷ୍ପ କମଲ ଦହଲ ‘ପ୍ରଖଣ୍ଡା’ ଶୁକ୍ରବାର ଏଠାରେ ଏକ ସରକାରୀ ବିରୋଧୀ ରାଲିର ନେତୃତ୍ୱ ନେଇଥିଲେ। ଏହି ସମୟ ମଧ୍ୟରେ ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ଦ୍ୱାରା ବେଆଇନ୍‌ ଭାବେ ସଂସଦ ଭଙ୍ଗ ହେବା କୌଣସି ଫେଡେରାଲ ଡେମୋକ୍ରାଟିକ ରିପବ୍ଲିକ ସିଷ୍ଟମ ପାଇଁ ଏକ ଭୟଙ୍କର ବିପଦ। ସେ କହିଥିଲେ ଯେ, ଓଲି କେବଳ ଦଳର ସମ୍ବିଧାନ ତଥା ପ୍ରକ୍ରିୟା ଉଲ୍ଲଂଘନ କରିନାହାଁନ୍ତି ବରଂ ନେପାଳର ସମ୍ବିଧାନର ସମ୍ମାନକୁ ମଧ୍ୟ କ୍ଷତି ପହଞ୍ଚାଇଛନ୍ତି ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ବିରୋଧରେ କାର୍ଯ୍ୟ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share