ଆଫଗାନିସ୍ତାନକୁ ସହାୟତାର ହାତ ବଢ଼ାଇଲା ନେପାଳ

କାଠମାଣ୍ଡୁ,୧୬ା୧: ଭାରତ ସହିତ ପଡ଼ୋଶୀ ଦେଶ ନେପାଳ ଆଫଗାନିସ୍ତାନକୁ ସହାୟତା ପଠାଇଛି। ଗତବର୍ଷ ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିଥିଲା। ସେବେଠାରୁ ଦେଶର ଆଭ୍ୟନ୍ତରୀଣ ପରିସ୍ଥିତି କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ନେପାଳର ବୈଦେଶିକ ମନ୍ତ୍ରୀ ଡକ୍ଟର ନାରାୟଣ ଖଡ୍ଡା ଏକ ବୈଠକରେ କହିଛନ୍ତି, ଆଫଗାନିସ୍ତାନର ଲୋକଙ୍କୁ ମାନବିକ ସହାୟତା ଯୋଗାଇବା ପାଇଁ ନେପାଳ ପ୍ରତିଶ୍ରୁତିବଦ୍ଧ ଏବଂ ଏହାକୁ ଏକ ସ୍ବତନ୍ତ୍ର ବିମାନ ମାଧ୍ୟମରେ ପଠାଯାଉଛି।

ନେପାଳ ରିଲିଫ ସାମଗ୍ରୀ ମଧ୍ୟରେ ଔଷଧ, ପୋଷାକ ସମେତ ୧୨ ଟନ୍‌ ଅତ୍ୟାବ୍ୟଶକ ସାମଗ୍ରୀ ସହାୟତା ପଠାଇଛି। ଏହି ସମୟରେ ମିଳିତ ଜାତିସଂଘ ଦ୍ୱାରା ଜାରି କରାଯାଇଥିବା ସମସ୍ତ ପ୍ରୋଟୋକଲକୁ ଅନୁସରଣ କରାଯାଇଛି। ମିଳିତ ଜାତିସଂଘ ଦେଇଥିବା ତାଲିକା ଅନୁଯାୟୀ, ଔଷଧ ଘରୋଇ ସାମଗ୍ରୀ ଏବଂ ପୋଷାକ ମାନବିକ ସହାୟତା ଭାବରେ ପଠାଯାଉଛି ବୋଲି ସେ କହିଛନ୍ତି। କାରଣ ଆଫଗାନିସ୍ତାନରେ ଥଣ୍ଡା ଲାଗୁଛି। ଏହି ତିନୋଟି ବର୍ଗର ସାମଗ୍ରୀ ଆଫଗାନିସ୍ତାନକୁ ପଠାଯାଇଛି।

ଖଡ୍ଡାଙ୍କୁ ଅନୁଯାୟୀ, ତାଙ୍କ ଦ୍ୱାରା ପଠାଯାଇଥିବା ରିଲିଫ ସାମଗ୍ରୀ କାବୁଲରେ ଜାତିସଂଘର ପ୍ରତିନିଧିଙ୍କୁ ହସ୍ତାନ୍ତର କରାଯିବ। ଯାହା ପରେ ଆବଶ୍ୟକତା ଅନୁଯାୟୀ ବଣ୍ଟନ କରାଯିବ। କାରଣ ବର୍ତ୍ତମାନ ସମୟରେ ଆଫଗାନିସ୍ତାନ ଯୋଗାଣ ଏବଂ ସହାୟତା ଅଭାବର ସମ୍ମୁଖୀନ ହେଉଛି। ଏହି ସମୟରେ ସେ ସ୍ପଷ୍ଟ କରିଛନ୍ତି ଯେ, ଆଫଗାନିସ୍ତାନର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନେପାଳ ମାନବିକ ସହାୟତା ପଠାଇଛି। ଏହାର ଅର୍ଥ ନୁହେଁ, ତାଙ୍କ ଦେଶ ତାଲିବାନ ସରକାରଙ୍କୁ ସମର୍ଥନ କରୁଛି।

ଉଲ୍ଲେଖନୀୟ କଥା ହେଉଛି, ଅତୀତରେ ଜାତିସଂଘ ଏଜେନ୍ସିମାନେ ଆଫଗାନିସ୍ତାନ ପାଇଁ ମାନବିକ ସହାୟତା ଭାବରେ ୪୪୦ କୋଟି ଟଙ୍କା ମାଗିଥିଲେ। ଯାହାଦ୍ୱାରା ୨୦୨୨ ମସିହାରେ ଅତ୍ୟାବଶ୍ୟକ ସାମଗ୍ରୀ ଦେଶର ଲୋକଙ୍କ ନିକଟରେ ପହଞ୍ଚିପାରିବ। ଓ୍ବାଲର୍‌ଡ ଫୁଡ୍‌ ପ୍ରୋଗ୍ରାମ (WFP) ଅନୁଯାୟୀ, ଆଫଗାନିସ୍ତାନରେ ପ୍ରାୟ ୨.୩ ନିୟୁତ ଲୋକ ଅନାହାରରେ ଅଛନ୍ତି। ଏଥି ସହିତ, ଦେଶର ପ୍ରାୟ ୧ ଲକ୍ଷ ପିଲା, ଯାହାର ବୟସ ପାଞ୍ଚରୁ କମ୍‌, ସେମାନେ ପୁଷ୍ଟିହୀନତାର ଶିକାର ହେଉଛନ୍ତି।

Share