ନେପାଳୀ ନୁଡଲରୁ ହୋଇଯାଆନ୍ତୁ ସତର୍କ, ଚିନ୍ତା ପ୍ରକାଶ କଲେ ଡାକ୍ତର

ନୂଆଦିଲ୍ଲୀ,୩୧।୧୨: କ’ଣ ଆପଣ ନେପାଳ ନୁଡଲର ସୌକିନ ଅଟନ୍ତି? ତେବେ ସତର୍କ ହୋଇଯାଆନ୍ତୁ। ଏହି ନୁଡଲ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ପ୍ରମାଣିତ ହୋଇଛି। ଏହି ନୁଡଲରେ ଅପମିଶ୍ରଣ ଚିହ୍ନଟ ହେବା ପରେ ପାଟନା ଉଚ୍ଚ ନ୍ୟାୟଳୟ ଏକ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
ନେପାଳରେ ପ୍ରସ୍ତୁତ ହେଉଥିବା ଏହି ନୁଡଲର ବଡ ବଜାର ଭାରତରେ ରହିଛି। ଭାରତରେ ଏହି ନୁଡଲର ଚାହିଦା ଅଧିକ । ସୀମାନ୍ତ ଜନପଦରେ ଏହି ନୁଡଲ ଖୁବ୍‌ ବିକ୍ରି ହୋଇଥାଏ। ତେବେ ଏହି ନୁଡଲରେ କିଛି କ୍ଷତିକାରକ ମିଶ୍ରଣ ରହିଥିବାରୁ କିଛିଜଣଙ୍କର ପେଟ ସମସ୍ୟା ବାହାରି ସେମାନେ ହସ୍ପିଟାଲରେ ପହଞ୍ଚିଥିବାର ସୂଚନା ମିଳିଛି।

Share