Advertisement

ନେପାଳରେ ହଠାତ୍‌ ନିଖୋଜ ହେଲା ହେଲିକପ୍ଟର

କାଠମାଣ୍ଡୁ,୧୧।୭: ନେପାଳରେ ମଙ୍ଗଳବାର ଉଡାଣ ଭରିବା ପରେ ଏକ ହେଲିକପ୍ଟର ନିଖୋଜ ହୋଇଯାଇଛି। ନିଖୋଜ ହେଲିକପ୍ଟରରେ ୫ ଜଣ ବିଦେଶୀ ନାଗରିକଙ୍କ ସମେତ ମୋଟ ୬ ଜଣ ଲୋକ ଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ନେପାଳର ସୋଲୁଖୁମ୍ବୁରୁ କାଠମାଣ୍ଡୁକୁ ଯାତ୍ରା ସମୟରେ ହେଲିକପ୍ଟର ନିଖୋଜ ହୋଇଯାଇଥିବା ଜଣାପଡିଛି।

କାଠମାଣ୍ଡୁ ପୋଷ୍ଟର ରିପୋର୍ଟ ଅନୁଯାୟୀ, ନିଖୋଜ ହେଲିକପ୍ଟରଟି ପୂର୍ବାହ୍ନ ପ୍ରାୟ ୧୦. ୧୫ରେ କଣ୍ଟ୍ରୋଲ ଟାୱାର ସହିତ ସମ୍ପର୍କ ହରାଇଥିଲା। ଟ୍ରିବୁଭନ ଅନ୍ତର୍ଜାତୀୟ ବିମାନବନ୍ଦର ଜେନେରାଲ ମ୍ୟାନେଜର ପ୍ରତାପ ବାବୁ ତିୱାରୀଙ୍କ ଅନୁଯାୟୀ, କଲ ସାଇନ ୯ଏନ୍‌-ଏଏମ୍‌ଡବ୍ଲ୍ୟୁ ଥିବା ଚପରଟି ବିମାନ ଉଡ଼ାଣର ୧୫ ମିନିଟ ପରେ ସମ୍ପର୍କ ହୋଇପାରି ନଥିଲା। ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ସୂଚନା ଅଧିକାରୀ ଜ୍ଞାନେନ୍ଦ୍ର ଭୁଲ କହିଛନ୍ତି, ହେଲିକପ୍ଟରଟି ସକାଳ ୯.୪୫ରେ ରାଜଧାନୀ ପାଇଁ ସୋଲୁଖୁମ୍ବୁର ସୁରକିରୁ ବିମାନ ଉଡ଼ାଣ କରିଥିଲା। କ୍ୟାପଟେନ ଚେତ ଗୁରୁଙ୍ଗଙ୍କ ଦ୍ୱାରା ନିଖୋଜ ହେଲିକପ୍ଟର ସନ୍ଧାନ ପାଇଁ ପ୍ରୟାସ ଜାରି ରହିଛି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share