ସୀମା ସଂଯୋଗକୁ ଆହୁରି ସୁଦୃଢ଼ କରିବେ ନେପାଳ-ଭାରତ

କାଠମାଣ୍ଡୁ/ନୂଆଦଲ୍ଲୀ,୧୪ା୧: ସୀମା ସଂଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ନେପାଳ ଏବଂ ଭାରତ ଦ୍ୱିପାକ୍ଷିକ ଚୁକ୍ତି କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଅନଧିକୃତ ବାଣିଜ୍ୟର ମୁକାବିଲା ପାଇଁ ବାଣିଜ୍ୟ, ଗମନାଗମନ ଏବଂ ସହଯୋଗ ଉପରେ ଭାରତ-ନେପାଳ ଆନ୍ତଃରାଜ୍ୟ ସବ୍‌ କମିଟି (ଆଇଜିଏସ୍‌ସି) ଜାନୁଆରୀ ୧୨-୧୩ରେ କାଠମାଣ୍ଡୁରେ ଏହାର ସର୍ବଶେଷ ଅଧିବେଶନ ଡକାଇଥିଲା।

ଫାର୍ମାସ୍ୟୁଟିକାଲ୍ସ ଏବଂ ଆୟୁର୍ବେଦିକ ଉତ୍ପାଦଗୁଡ଼ିକ ପାଇଁ ପାରସ୍ପରିକ ବଜାର ପ୍ରବେଶ ଉପରେ ମଧ୍ୟ ଉଭୟ ପକ୍ଷ ଆଲୋଚନା କରିଛନ୍ତି। ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ (ଏଫଡିଆଇ)କୁ ଉତ୍ସାହିତ କରିବା ପାଇଁ ପ୍ୟାରିସ୍‌ କନଭେନ୍‌ସନ୍‌ ଅନୁଯାୟୀ, ଆଇପିଆର ବ୍ୟବସ୍ଥାର ଆବଶ୍ୟକତା ଉପରେ ଭାରତୀୟ ପକ୍ଷ ମଧ୍ୟ ଗୁରୁତ୍ୱାରୋପ କରିଛି।

ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିପୁଲ ବଂଶଲଙ୍କ ଏହାର ନେତୃତ୍ୱ ନେଇଥିଲେ। ଯେଉଁଥିରେ ବିଭିନ୍ନ ମନ୍ତ୍ରଣାଳୟ ଏବଂ କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସର ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ। ସେହିପରି ନେପାଳର ନେତୃତ୍ୱ ନେପାଳ ସରକାର, ଶିଳ୍ପ, ବାଣିଜ୍ୟ ଏବଂ ଯୋଗାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରାମଚନ୍ଦ୍ର ତିଓ୍ବାରୀଙ୍କ ନେତୃତ୍ୱରେ ହୋଇଥିଲା। ତାଙ୍କ ସହ ନେପାଳର ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର ପ୍ରମୁଖ ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଥିଲେ।

Share