ଗ୍ୟାସ ଲିକରେ ଗୁରୁତର ଆହତ ନେପାଳ ସାଂସଦ ଚନ୍ଦ୍ର ଭଣ୍ଡାରୀ ଚିକିତ୍ସା ପାଇଁ ଯିବେ ବିଦେଶ…

କାଠମାଣ୍ଡୁ,୧୬।୨ : ଏଲପିଜି ଗ୍ୟାସ ଲିକ ଯୋଗୁଁ ହୋଇଥିବା ବିସ୍ଫୋରଣରେ ନେପାଳର ସାଂସଦ ଚନ୍ଦ୍ର ଭଣ୍ଡାରୀ ଗୁରୁତର ଆହତ ହୋଇଛନ୍ତି। ଏହି ବିସ୍ଫୋରଣରେ ଚନ୍ଦ୍ର ଭଣ୍ଡାରୀଙ୍କ ଶରୀର ୨୫ ପ୍ରତିଶତ ଏବଂ ତାଙ୍କ ମାଆଙ୍କ ଦେହ ୮୦ ପ୍ରତିଶତ ଜଳି ଯାଇଛି।

କିର୍ତ୍ତିପୁର ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି ଯେ ତାଙ୍କ ଅବସ୍ଥା ଭଲ ନୁହେଁ ଏବଂ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଦେଶ ବାହାରେ ଥିବା ଏକ ବିଶେଷଜ୍ଞ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ପଡ଼ିବ।

ବୁଧବାର ରାତି ପ୍ରାୟ ୧୦ ଟା ସମୟରେ ଏହି ଘଟଣା ବୁଦ୍ଧନଗରଠାରେ ତାଙ୍କ ଘର ନିକଟରେ ଘଟିଥିଲା। ବର୍ତ୍ତମାନ ଦୁହେଁ କିର୍ତ୍ତିପୁରର ବର୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ନିକଟରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଚନ୍ଦ୍ର ଭଣ୍ଡାରୀ ଗୁଲମି ସଂସଦୀୟ ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ।

Share