ନେପାଳ ପାର୍ଲାମେଣ୍ଟ କାଏମ

କାଠମାଣ୍ଡୁ, ୧୩।୭(ଆଇଏଏନ୍‌ଏସ୍‌): ଏକ ନାଟକୀୟ ଘଟଣାକ୍ରମରେ ନେପାଳ ସୁପ୍ରିମକୋର୍ଟ ସୋମବାର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ପାର୍ଲାମେଣ୍ଟ ଭଙ୍ଗ ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି। ପାର୍ଲାମେଣ୍ଟକୁ ପୁନଃ ସ୍ଥାପିତ କରିବା ଲାଗି ସର୍ବୋଚ୍ଚ ଅଦାଲତ ଅନ୍ତରୀଣ ନିର୍ଦ୍ଦେଶନାମା ଜାରି କରିବା ସହ ବିରୋଧୀ ଦଳ ନେପାଳୀ କଂଗ୍ରେସ ଅଧ୍ୟକ୍ଷ ଶେର୍‌ ବାହାଦୁର ଦେଉବାଙ୍କୁ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବା ଲାଗି ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଚୋଳେନ୍ଦ୍ର ଶମ୍‌ଶେର ରାଣାଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଦେଇଥିବା ରାୟ ଅନୁଯାୟୀ ଓଲିଙ୍କ ସୁପାରିସକ୍ରମେ ରାଷ୍ଟ୍ରପତି ପ୍ରତିନିଧି ସଭା ଭଙ୍ଗ କରିବା ଅସାମ୍ବିଧାନିକ କାର୍ଯ୍ୟ। ମେ’ ୨୪ରେ ନିର୍ବାଚନୀ ପ୍ରକ୍ରିୟାରେ ସଂଖ୍ୟାଗରିଷ୍ଠତା ଦେଖାଇଥିବା ଦେଉବାଙ୍କୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ ଖଣ୍ଡପୀଠ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share