ନେପାଳ ବିମାନ ଦୁର୍ଘଟଣା: ସମସ୍ତ ଯାତ୍ରୀ ପ୍ରାଣ ହରାଇଥିବା ଆଶଙ୍କା

କାଠମାଣ୍ଡୁ,୩୦।୫: ନେପାଳ ବିମାନ ଦୁର୍ଘଟଣାସ୍ଥଳରୁ ବର୍ତ୍ତମାନ ସୁଦ୍ଧା ୧୪ଜଣଙ୍କ ମୃତଦେହ ଜବତ କରାଯାଇଥିବା ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷେ ପୋଲିସ ଏବଂ ସେନା ଅଧିକାରୀ ଘଟଣାର ସ୍ଥିତି ଅନୁସନ୍ଧାନ କରୁଛନ୍ତି। ଏପରି କି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପୋଲିସ ସୂଚନା ମୁତାବକ, ପର୍ବତରେ ଧକ୍କାହୋଇ ବିମାନଟି ଖଣ୍ଡବିଖଣ୍ଡିତ ହୋଇ ପ୍ରାୟ ୧୦୦ ମିଟର ପରିଧିରେ ପଡ଼ିରହିଛି। ମୃତଦେହ ଉଦ୍ଧାର କରିବା ପାଇଁ ଦୁର୍ଘଟଣାସ୍ଥଳରେ ନେପାଳ ସୈନ୍ୟବାହିନୀର ୧୫ଜଣ ଯବାନଙ୍କୁ ଅବତରଣ କରାଯାଇଥିବା ନେପାଳ ସେନାର ମୁଖପାତ୍ର କହିଛନ୍ତି। ଦୁର୍ଘଟଣାସ୍ଥଳ ସମୁଦ୍ର ପତ୍ତନରୁ ୧୪,୫୦୦ ଫୁଟ ଉଚ୍ଚ ରହିଛି। ଅନ୍ୟପକ୍ଷେ ବିମାନରେ ଥିବା ସମସ୍ତ ଯାତ୍ରୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି ବୋଲି ନେପାଳ ଗୃହ ମନ୍ତ୍ରଣାଳୟ ମୁଖପାତ୍ର ଫଡ଼ତନ୍ଦ୍ରମଣି ପୋଖରେ ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇ ନାହିଁ। ବିମାନରେ ୨୨ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ଓଡ଼ିଶାର ଗୋଟିଏ ପରିବାରର ୪ଜଣ ଥିଲେ। ତାଙ୍କ ଘର ଭୁବନେଶ୍ୱର ଜୟଦେବ ବିହାର ବୋଲି ଜଣାପଡ଼ିଛି।

Share