ନେପାଳ ବିମାନ ଦୁର୍ଘଟଣାରେ ସମସ୍ତ ୨୨ ଜଣଙ୍କ ମୃତ୍ୟୁ ଆଶଙ୍କା, ୧୪ ମୃତଦେହ ଉଦ୍ଧାର

କାଠମାଣ୍ଡୁ,୩୦ ।୫: ନେପାଳରେ ରବିବାର ତାରା ଏୟାରର ବିମାନ ଦୁର୍ଘଟଣା ଗ୍ରସ୍ତ ହେବା ପରେ ସୋମବାର ଏହାର ଧ୍ୱଂସାବଶେଷ ମିଳିଛି । ବିମାନଟି ଉଡିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସୋମବାର ନେପାଳି ସେନା ଦୁର୍ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ବିମାନରେ ଥିବା ସମସ୍ତ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରିଛନ୍ତି । ଏପର୍ଯ୍ୟନ୍ତ ୧୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏମାନଙ୍କ ପରିଚୟ ମିଳିପାରି ନାହିଁ । ତେବେ ଏହି ବିମାନରେ ୪ ଭାରତୀୟ ରହିଥିଲେ । ମୃତଦେହ ଗୁଡିକ ଖଣ୍ଡ ବିଖଣ୍ଡିତ ହୋଇଯାଇଥିବାରୁ ଏହାକୁ ଚିହ୍ନିବା କଷ୍ଟକର ହୋଇପଡିଛି ।

Share