ବିମାନ ଦୁର୍ଘଟଣା: ୧୮ ଜଣଙ୍କ ମୃତ୍ୟୁ ସୂଚନା, ପାଇଲଟ ଗୁରୁତର

କାଠମାଣ୍ଡୁ,୨୪।୭: ନେପାଳର ରାଜଧାନୀ କାଠମାଣ୍ଡୁରେ ଉଡ଼ାଣ ସମୟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୧୯ ଜଣ ଯାତ୍ରୀ ଥିଲେ। ତେବେ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ଏଥିସହିତ ବିମାନର ପାଇଲଟ ଗୁରୁତର ଆହତ ହୋଇଛନ୍ତି। ସେ ଚିକିତ୍ସିତ ହେଉଛନ୍ତି। ପାଇଲଟଙ୍କ ନାମ ଶାକ୍ୟ ବୋଲି କୁହାଯାଉଛି।

କାଠମାଣ୍ଡୁ ପୋଷ୍ଟ ଅନୁଯାୟୀ, ବୁଧବାର କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଉଡାଣ ଭରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟିଆଇ ମୁଖପାତ୍ର ପ୍ରେମନାଥ ଠାକୁର କହିଛନ୍ତି ଯେ, ପୋଖରା ଅଭିମୁଖେ ଯାଉଥିବା ବିମାନରେ ବିମାନ କର୍ମଚାରୀଙ୍କ ସମେତ ୧୯ ଜଣ ଥିଲେ। ସକାଳ ପ୍ରାୟ ୧୧ଟା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଧୂଆଁ ଛାଇଯାଇଛି।

Share