କାଠମାଣ୍ଡୁ,୨।୯: ନେପାଳ ଏବେ ବାଂଲାଦେଶ ଶରଣରେ ପଶିଛି। ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫୋନ କରି ୫୦ ହଜାର ଟନ୍ ୟୁରିୟା ଫର୍ଟିଲାଇଜର୍ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି। ନେପାଳରେ ୟୁରିୟାର ଅଭାବ ଯୋଗୁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲକ୍ଡାଉନ୍ ଯୋଗୁ ଭାରତରେ ମଧ୍ୟ ୟୁରିୟା ଉତ୍ପାଦନରେ ବାଧା ସୃଷ୍ଟି ହୋଇଛି। ହସିନାଙ୍କ ସହ କଥାବାର୍ତ୍ତା ସକରାତ୍ମକ ଥବା ଓଲି ଟୁଇଟରରେ ସୂଚନା ଦେଇଛନ୍ତି। ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବ୍ୟବସାୟ ଆହୁରି ବଢାଇବାକୁ ମଧ୍ୟ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।