ବହୁମତ ହାସଲରେ ବିଫଳ ପରେ ଭାଙ୍ଗିଲା ସରକାର, ପ୍ରଧାନମନ୍ତ୍ରୀ ଦେଲେ ଇସ୍ତଫା

ନୂଆଦିଲ୍ଲୀ, ୧୨।୦୭: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡଙ୍କୁ ବଡ଼ ଝଟ୍‌କା ଲାଗିଛି । ପ୍ରଚଣ୍ଡ ସଂସଦରେ ଫ୍ଲୋର ଟେଷ୍ଟରେ ବହୁମତ ହାସଲ କରିବାରେ ବିଫଳ ହୋଇଛନ୍ତି । ୧୯ ମାସ ସରକାରରେ ରହିବା ପରେ ଏବେ ତାଙ୍କୁ ସରକାର ଭାଙ୍ଗିବା ସହିତ ପଦରୁ ଇସ୍ତଫା ଦେବାକୁ ପଡ଼ିଛି । ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମାଙ୍କ ସିପିଏନ-ୟୁଏମଏଲ ପ୍ରଚଣ୍ଡଙ୍କ ସରକାରରୁ ସମର୍ଥନ ଫେରାଇନେବା ପରେ ତାଙ୍କୁ ସଂସଦରେ ଫ୍ଲୋର ଟେଷ୍ଟ ଦେବାର ଆବଶ୍ୟକତା ପଡ଼ିଥିଲା । ସିପିଏନ-ୟୁଏମଏଲ ସମର୍ଥନ ଫେରାଇନେବା ପରେ ତାଙ୍କ ପାଖରେ ଦୁଇଟି ବିକଳ୍ପ ରହିଥିଲା । ସେ ତାଙ୍କ ପଦରୁ ତୁରନ୍ତ ଇସ୍ତଫା ଦେବେ କିମ଼୍ବା ଗୋଟିଏ ମାସ ମଧ୍ୟରେ ବହୁମତ ସାବ୍ୟସ୍ତ କରିବେ । ଶୁକ୍ରବାର ସଂସଦରେ ବହୁମତ ପାଇଁ ପରୀକ୍ଷଣ ହୋଇଥିଲା ଏବଂ ଏଥିରେ ସେ ହାରିଯାଇଛନ୍ତି ।

Share