କମ୍ୟୁନିଷ୍ଟ ପାର୍ଟିର ଦାୟିତ୍ୱ ରିଷି କଟେଲଙ୍କୁ ଦେଲେ ସୁପ୍ରିମକୋର୍ଟ

କାଠମାଣ୍ଡୁ,୭।୩: ନେପାଳରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ରବିବାର ନେପାଳର ସୁପ୍ରିମକୋର୍ଟ କମ୍ୟୁନିଷ୍ଟ ପାର୍ଟିର ଦାୟିତ୍ୱ ରିଷି କଟେଲଙ୍କୁ ଦେଇଛନ୍ତି। ୨୦୧୮ରେ ସିପିଏନ୍‌-ୟୁଏମ୍‌ଏଲ୍‌ ଏବଂ ମାଓବାଦୀ (କେନ୍ଦ୍ର) ମଧ୍ୟରେ ମିଶ୍ରଣ ପରେ କଟେଲ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ଆଇନ ଗୋଟିଏ ନାମରେ ଦୁଇ ଦଳର ଅସ୍ତିତ୍ୱକୁ ଅନୁମତି ଦେଉ ନାହିଁ ବୋଲି ସେ ଦାବି କରିଥିଲେ।

Share