ରୋମାଞ୍ଚକର ହେଲା ନେପାଳ ରାଷ୍ଟ୍ରପତି ନିର୍ବାଚନ, ଶେଷ ଦିନରେ ଦାଖଲ ହେଲା ୨ ପ୍ରାର୍ଥିପତ୍ର

କାଠମାଣ୍ଡୁ,୨୬ ।୩: ନେପାଳରେ ଆସନ୍ତା ମାସ ଅର୍ଥାତ୍ ମାର୍ଚ୍ଚ ୯ରେ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ରୋମାଞ୍ଚକର ହୋଇଛି । ଶନିବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ୨ ପ୍ରାର୍ଥୀ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ନେପାଳର ପ୍ରତିନିଧି ସଭା(ସଂସଦ)ର ପୂର୍ବତନ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ନେମ୍ବୱାଂଗ ଶନିବାର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏହାର ପୂର୍ବ ଦିନରୁ ରାମ ଚନ୍ଦ୍ର ପୌଡେଲ ମଧ୍ୟ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ପୌଡେଲ ନେପାଳି ସଂସଦର ଅଧ୍ୟକ୍ଷ ରହିସାରିଛନ୍ତି ।
ପ୍ରାର୍ଥିପତ୍ର ଦାଖଲ ସମୟରେ ଦୁଇ ନେତା ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି । ଉଭୟ ନେତା ସେମାନଙ୍କ ସମର୍ଥକ ଦଳର ନେତାଙ୍କ ସହ ସଂସଦ ପହଞ୍ଚି ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

Share