ନେପାଳ ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲ ହସ୍ପିଟାଲରେ ଭର୍ତ୍ତି

କାଠମାଣ୍ଡୁ,୧୭।୬: ନେପାଳର ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲ ଶନିବାର ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତ୍ରିଭୁବନ ୟୁନିଭର୍ସିିଟି ଟିଚିଂ ହସ୍ପିଟାଲର ମନମୋହନ କାର୍ଡିଓ ଥୋରେସିକ ଭାସ୍କୁଲାର ଆଣ୍ଡ ଟ୍ରାନ୍ସପ୍ଲାଣ୍ଟ ସେଣ୍ଟରରେ ପୌଡେଲ ଆଡମିଟ ହୋଇଛନ୍ତି।

ନେପାଳ ରାଷ୍ଟ୍ରପତିଙ୍କ ସଚିବ ଚିରଞ୍ଜିବ ଅଧିକାରୀ ସମାଚାର ଏଜେନ୍ସି ଏଏନଆଇକୁ କହିଛନ୍ତି, ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲଙ୍କ ସ୍ବାସ୍ଥ୍ୟ ଅବସ୍ଥା ନର୍ମାଲ ରହିଛି। ନେପାଳର ସରକାରୀ ଅଧିକାରୀ କହିଛନ୍ତି ଚଳିତ ବର୍ଷ ଏପ୍ରିଲରେ ପୌଡେଲଙ୍କର ଛାତି ଓ ପେଟରେ ସମସ୍ୟା ଦେଖାଦେଇଥିଲା। ଏହାପରେ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନିଆଯାଇଥିଲା।

Share