ନେପାଳ ପ୍ରଧାନମନ୍ତ୍ରୀ କରୋନା ପଜିଟିଭ୍‌

କାଠମାଣ୍ଡୁ, ୪।୧୦: ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଓଲିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହା ସହିତ ତାଙ୍କ ବ୍ୟକ୍ତିଗତ ପରାମର୍ଶ ଦାତା ଏବଂ ଡାକ୍ତର ମଧ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଓଲିଙ୍କ ସରକାରୀ ବାସଭବନକୁ ଖାଲି କରାଯାଇ ସାନିଟାଇଜ୍‌ କରାଯାଇଛି। ପୂର୍ବରୁ ଓଲିଙ୍କ ବ୍ୟକ୍ତିଗତ ଡାକ୍ତର ଦିବ୍ୟା ଶାହା କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ସହିତ ମିଳାମିଶା କରିଥିବା ବ୍ୟକ୍ତିଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀଙ୍କର ୭୬ ଜଣ ସୁରକ୍ଷାକର୍ମୀଙ୍କଠାରେ କରୋନ ଲକ୍ଷଣ ପ୍ରକାଶ ପାଇଛି। ସେମାନଙ୍କ ମଧ୍ୟରେ ୨୮ କମାଣ୍ଡୋ, ନେପାଳ ପୋଲିସର ୧୯ ଜଣ ଅଧିକାରୀ, ସଶସ୍ତ୍ର ସୁରକ୍ଷାବଳର ୨୭ କର୍ମଚାରୀ ଏବଂ ଗୁପ୍ତଚର ବିଭାଗର ୨ ଜଣ କର୍ମଚାରୀ ରହିଛନ୍ତି। ଓଲିଙ୍କ ସୁରକ୍ଷାରେ ଥିବା ସମସ୍ତ କର୍ମଚାରୀଙ୍କୁ ବଦଳାଇ ଦିଆଯାଇଛି।

Share