ନେପାଳ ପ୍ରଧାନମନ୍ତ୍ରୀଙ୍କ କତାର ଗସ୍ତ ବାତିଲ

କାଠମାଣ୍ଡୁ,୨୭ା୨: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ କତାର ଗସ୍ତ ବାତିଲ କରାଯାଇଛି। ସୋମବାର ଅଧିକାରୀମାନେ କହିଛନ୍ତି, ଦେଶର କିଛି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବ୍ୟବସ୍ଥା ହେତୁ ଏହି ଯାତ୍ରାକୁ ବାତିଲ କରିବାକୁ ପଡ଼ିଛି। ଦୁଇ ମାସ ପୂର୍ବେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ କତାର ତାଙ୍କର ପ୍ରଥମ ବିଦେଶ ଗସ୍ତ ଥିଲା। ୬୮ ବର୍ଷୀୟ ପ୍ରଚଣ୍ଡ ଗତ ବର୍ଷ ଡିସେମ୍ବର ୨୬ରେ ତୃତୀୟ ଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।

ମାର୍ଚ୍ଚ ୯ରେ ନେପାଳରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ଏହି ଗସ୍ତକୁ ବାତିଲ କରିଛନ୍ତି। ଏଭଳି ପରିସ୍ଥିତିରେ ସେ ଦେଶ ଛାଡ଼ିବାକୁ ନିଷ୍ପତ୍ତି ନେଇ ନାହାନ୍ତି। ପ୍ରଚାର ସମୟରେ ନେତୃତ୍ୱାଧୀନ ସିପିଏନ-ମାଓବାଦୀ କେନ୍ଦ୍ର ସମେତ ୮ଟି ରାଜନୈତିକ ଦଳ ନେପାଳ କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ପଡ଼ଓ୍ବାଲଙ୍କୁ ନିର୍ବାଚନ ସମୟରେ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Share