ଘଣ୍ଟାଏରେ ୨ ଥର ଥରିଲା ନେପାଳ…

କାଠମାଣ୍ଡୁ,୨୮।୧୨ : ବୁଧବାର ବିଳମ୍ବିତ ରାତିରେ ନେପାଳରେ ଏକ ଘଣ୍ଟା ମଧ୍ୟରେ ଦୁଇ ଥର ଭୂକମ୍ପ ଘଟିଛି। ନ୍ୟାଶନାଲ ଭୂକମ୍ପ ମନିଟରିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର ନେପାଳ ଅନୁଯାୟୀ, ବାଗଲୁଙ୍ଗ ଜିଲାରେ କମ୍ପନର ତୀବ୍ରତା ୪.୭ ଏବଂ ୫.୩ ଥିଲା। ଖବର ଅନୁଯାୟୀ, ନେପାଳର ବାଗଲୁଙ୍ଗରେ ସ୍ଥାନୀୟ ସମୟ ରାତି ୧ ଟା ରୁ ୨ ଟା ମଧ୍ୟରେ ଏହି ଭୂକମ୍ପ ଘଟିଛି। ଯଦିଓ ଏପର୍ଯ୍ୟନ୍ତ ଧନ ଜୀବନ ହାନିର କୌଣସି ଖବର ମିଳି ନାହିଁ।

ସ୍ଥାନୀୟ ସମୟ ୧ଟା ୨୩ ରେ ବାଗଲୁଙ୍ଗ ଜିଲାରେ ୪.୭ ତୀବ୍ରତାଯୁକ୍ତ ଭୂକମ୍ପ ଘଟିଥିଲା। ଦ୍ୱିତୀୟ ଭୂକମ୍ପ ବାଗଲୁଙ୍ଗ ଜିଲାର ଖୁଙ୍ଗା ଆଖପାଖରେ ସ୍ଥାନୀୟ ସମୟ ୨ଟା ୭ରେ ହୋଇଥିଲା।

Share