୧୯ ବର୍ଷ ପରେ ଜେଲ୍‌ରୁ ବାହାରିବେ ‘ବିକିନି କିଲର’

କାଠମାଣ୍ଡୁ,୨୧।୧୨: ଫ୍ରାନ୍ସର ସିରିଏଲ କିଲର ଚାଲର୍‌ସ ଶୋଭରାଜଙ୍କୁ ମୁକ୍ତ କରିବାକୁ ନେପାଳ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୟସ ଆଧାରରେ ତାଙ୍କୁ ମୁକ୍ତ କରାଯାଇଛି। ଦୁଇ ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା ଅଭିଯୋଗରେ ଚାଲର୍‌ସ ୨୦୦୩ରୁ ନେପାଳର ଜେଲରେ ଅଛନ୍ତି। ମୁକ୍ତ ହେବାର ୧୫ ଦିନ ମଧ୍ୟରେ କୋର୍ଟ ତାଙ୍କୁ ଦେଶାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟର ବିଚାରପତି ସପନା ପ୍ରଧାନ ମଲ୍ଲା ଏବଂ ତିଲ ପ୍ରସାଦ ଶ୍ରେଷ୍ଠଙ୍କ ଏକ ବେଞ୍ଚ ଶୋଭରାଜଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖପାତ୍ରଙ୍କ କହିବାନୁସାରେ, ଶୋଭରାଜ ଏହି ପିଟିଶନ ଦାଖଲ କରିଥିଲେ। ଧାର୍ଯ୍ୟ ସମୟଠାରୁ ଅଧିକ ସମୟ ପାଇଁ ସେ ଜେଲରେ ଥିଲେ। ଏହି ଆଧାରରେ ତାଙ୍କୁ ଜେଲରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share