ନେପାଳ ସାଜିଛି ଚାଇନା ହାତର କଣ୍ଢେଇ: କାଲାପାନିରେ ନିର୍ମାଣ କରୁଛି ମିଲିଟାରୀ ବାରାକ୍‌

କାଠମାଣ୍ଡୁ/ନୂଆଦିଲ୍ଲୀ, ୨୯।୯: ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଭାରତ ଏବଂ ଚାଇନା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ନେପାଳର କାର୍ଯ୍ୟଧାରାରେ ପରିବର୍ତ୍ତନ ହେବାରେ ଲାଗିଛି। ନେପାଳ ଚାଇନା ହାତର କଣ୍ଢେଇ ସାଜିଛି। ଚାଇନା ପରେ ଏବେ ନେପାଳ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। କାଲାପାନି ଅଞ୍ଚଳରେ ନେପାଳ ମିଲିଟାରୀ ବାରାକ୍‌ ନିର୍ମାଣ ଜାରି ରଖିଛି। ଏହାର ଶିଳାନ୍ୟାସ ଗତ ସପ୍ତାହରେ କରାଯାଇଛି। ଏହା ଭାରତର ଉତ୍ତରାଖଣ୍ଡ ସୀମାକୁ ଲାଗିଛି। ଏଠାରେ ସ୍ଥାୟୀ ଭାବେ ନେପାଳୀ ସୈନ୍ୟଙ୍କୁ ମୁତୟନ କରିବା ଲାଗି ଏଭଳି କରାଯାଉଛି। ନେପାଳ କାଲାପାନି, ଲିପୁଲେଖ ଏବଂ ଲିମ୍ପିଆଧୁରା ଅଞ୍ଚଳକୁ ନିଜର ବୋଲି ଦାବି କରି ଆସୁଛି। ଏନେଇ ନେପାଳ ନିଜର ନୂଆ ନକ୍ସା ମଧ୍ୟ ଜାରି କରି ସାରିଛି। ତେବେ ଏହି ଅଞ୍ଚଳଗୁଡ଼ିକ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ରହିଛି। କାଲାପାନିଠାରୁ ୧୩ କିଲୋମିଟର ଦୂର ଚଙ୍ଗୁରରେ ବାରାକ୍‌ ନିର୍ମାଣ କରାଯାଉଥିବା କୁହାଯାଉଛି।

Share