ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହେଲେ ଶେର ବାହାଦୂର ଦେଉବା

କାଠମାଣ୍ଡୁ,୨୧ା୧୨: ନେପାଳରେ ସଂସଦୀୟ ନେତା ନିର୍ବାଚନ ଘୋଷଣା କରାଯାଇଛି। ନିର୍ବାଚନ କମିଟି ନେପାଳର ପ୍ରଧାନମନ୍ତ୍ରୀ ତଥା ଶାସକ ନେପାଳ କଂଗ୍ରେସର ଅଧ୍ୟକ୍ଷ ଶେର ବାହାଦୂର ଦେଉବାଙ୍କୁ ସଂସଦୀୟ ଦଳର ନେତା ପଦ ପାଇଁ ବିଜେତା ଘୋଷଣା କରାଯାଇଛି। ଏହା ସହିତ ନେପାଳର ନିର୍ବାଚନ କମିଟି ମଧ୍ୟ ଏକ ନୋଟିସ ଜାରି କରିଛି।

ସଂସଦୀୟ ନେତାଙ୍କ ନିର୍ବାଚନ ପାଇଁ ମତଦାନ ୧୦୦ ପ୍ରତିଶତ ଶେଷ ହୋଇଛି। ଏହି ସମୟରେ ପାର୍ଟି ସଂସଦୀୟ ନେତା ନିର୍ବାଚନ ପାଇଁ କାର୍ଯ୍ୟ ବାହକ ସରକାର ଶେର ବାହାଦୂର ଦେଉବା ଏବଂ ଦଳର ସାଧାରଣ ସଚିବ ଗଗନ ଥାପ୍ପା ମଧ୍ୟ ମତଦାନ କରିଥିଲେ।

ନିର୍ବାଚନ କମିଟି ଅଧିକାରୀଙ୍କ କହିବାନୁସାରେ, ଶେର ବାହାଦୂର ଦେଉବା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଦଳର ସାଧାରଣ ସମ୍ପାଦକ ଗଗନ କୁମାର ଥାପାଙ୍କୁ ୩୯ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ୭୬ ବର୍ଷୀୟ ଦେଉବା ୬୪ ଖଣ୍ଡ ଭୋଟ ପାଇଥିବାବେଳେ ୪୫ ବର୍ଷୀୟ ଥାପ୍ପା ମାତ୍ର ୨୫ ଭୋଟ ପାଇଛନ୍ତି। ଦଳର ସମସ୍ତ ୮୯ ଏମ୍‌ପି ମତଦାନରେ ଭାଗ ନେଇଥିଲେ। ସଦ୍ୟ ସାଧାରଣ ନିର୍ବାଚନରେ ଦଳ ଲୋକ ସଭାରେ ୮୯ ଟି ଆସନ ଜିତିଥିଲା।

Share