ନେପାଳ: ଶାସକ କମ୍ୟୁନିଷ୍ଟ ପାର୍ଟିରେ ବିଭାଜନ ଆଶଙ୍କା ଘନେଇଲା

କାଠମାଣ୍ଡୁ,୨।୧୧: ନେପାଳରେ ଶାସକ କମ୍ୟୁନିଷ୍ଟ ପାର୍ଟିରେ ବିଭାଜନ ଆଶଙ୍କା ଘନେଇବାରେ ଲାଗିଛି। ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଏବଂ ପାର୍ଟିର ବରିଷ୍ଠ ନେତା ପୁଷ୍ପ କମଲ ଦହଲଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଓଲି ପାର୍ଟିର ବିଭାଜନ ପାଇଁ ମାନସିକସ୍ତରରେ ପ୍ରସ୍ତୁତ ହୋଇଥିବା ଦହଲଙ୍କ ନିକଟତମ ସଦସ୍ୟଙ୍କଠାରୁ ଜଣାପଡ଼ିଛି। ଚାଇନା ରାଷ୍ଟ୍ରଦୂତ ହାଓ ୟାଙ୍କିଙ୍କ ଉଦ୍ୟମ ସତ୍ତ୍ୱେ ମଧ୍ୟ ବିବାଦର ସମାଧାନ ହୋଇ ପାରି ନାହିଁ। କେତେକ ନେତାଙ୍କ ଅନୁସାରେ ଭାରତର ‘ର’ ମୁଖ୍ୟଙ୍କ ନେପାଳ ଗସ୍ତ ପରେ ଓଲିଙ୍କ ମଧ୍ୟରେ ଏଭଳି ମନୋଭାବ ବଢ଼ିବାରେ ଲାଗିଛି।

Share