ପାର୍ବଣ ପୂର୍ବରୁ ଭାରତରୁ ୨୦ହଜାର ମେଟ୍ରିକ ଟନ ଚିନି ଆମଦାନୀ କରିବ ନେପାଳ

ନୂଆଦିଲ୍ଲୀ,୧୪।୯: ପାର୍ବଣ ପୂର୍ବରୁ ଘରୋଇ ଚାହିଦା ପୂରଣ କରିବା ପାଇଁ ନେପାଳ ସରକାର ଭାରତରୁ ୨୦ହଜାର ମେଟ୍ରିକ ଟନ ଚିନି ଆମଦାନୀ କରିବାକୁ ଯାଉଛନ୍ତି। ଶିଳ୍ପ, ବାଣିଜ୍ୟ ଏବଂ ଯୋଗାଣ ମନ୍ତ୍ରଣାଳୟ ସ୍ଥାନୀୟ ଚାହିଦା ପୂରଣ ପାଇଁ ୬୦ହଜାର ମେଟ୍ରିକ ଟନ ଚିନି ଉପରେ ସୀମା ଶୁଳ୍କରେ ଛାଡ ପାଇଁ ଅନୁରୋଧ କରିଛି। ତେବେ କେବଳ ୨୦ହଜାର ମେଟ୍ରିକ ଟନ ଚିନି ଆମଦାନୀ କରିବାକୁ ଅର୍ଥ ମନ୍ତ୍ରଣାଳୟ ଅନୁମତି ଦେଇଛି।

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ମୁଖପାତ୍ର ଧନୀରାମ ଶର୍ମା କହିଛନ୍ତି, ମନ୍ତ୍ରଣାଳୟ ସୀମା ଶୁଳ୍କରେ ୫୦ ପ୍ରତିଶତ ରିହାତି ଦେଇଛି। ଏସଟିସି ଡିଭିଜନାଲ ମ୍ୟାନେଜର ବ୍ରଜେଶ ଝା କହିଛନ୍ତି, ୫୦ହଜାର ମେଟ୍ରିକ ଟନ ଚିନି ଆମଦାନୀ କରିବାକୁ ସରକାରଙ୍କଠାରୁ ଅନୁମତି ନିଆଯାଇଛି। ନେପାଳରେ ଚିନିର ଘରୋଇ ଚାହିଦା ୩ଲକ୍ଷ ମେଟ୍ରିକ ଟନ। ତେଣୁ ସେ ଭାରତରୁ ବିପୁଳ ପରିମାଣର ଚିନି ଆମଦାନୀ କରିବାକୁ ଚାହୁଁଛି। ନେପାଳରେ ବର୍ତ୍ତମାନ ୧୨ଟି ଚିନି କାରଖାନା ଅଛି। ଯାହା ପ୍ରାୟ ୧ଲକ୍ଷ ମେଟ୍ରିକ ଟନ ଚିନି ଉତ୍ପାଦନ କରିଥାଏ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନେପାଳ ଭାରତରୁ ୭୦ ପ୍ରତିଶତ ଚିନି ଆମଦାନୀ କରିଥାଏ। ସେହିପରି ସୀମା ଶୁଳ୍କ ନ ଦେଇ ବେଆଇନ ଉପାୟରେ ହଜାର ହଜାର ଟନ ଚିନି କାରବାର ହୋଇଥାଏ। କାଠମାଣ୍ଡୁରେ ଚିନିର କଳା ବଜାର କରାଯାଇ କିଲୋଗ୍ରାମ ପ୍ରତି ୧୦୦ରୁ ୧୨୫ ଟଙ୍କାରେ ବିକ୍ରି ହୁଏ ଯେଉଁଠି ଭାରତରେ ଏହାର ମୂଲ୍ୟ ୪୦-୫୦ଟଙ୍କା ମଧ୍ୟରେ ରହିଛି।

Share