Categories: ଖେଳ

ମାତ୍ର ୮ ରନ୍‌ରେ ଅଲଆଉଟ୍‌; ୭ ବଲ୍‌ରେ ମ୍ୟାଚ୍‌ ଜିତିନେଲା ବିରୋଧୀ ଟିମ୍‌

ନୂଆଦିଲ୍ଲୀ,୪।୬: ମାତ୍ର ୮ ରନ୍‌ କରି ଅଲଆଉଟ୍‌ ହେଲା ଟିମ୍‌। ୭ ବଲ୍‌ରେ ବିରୋଧୀ ଟିମ୍‌ ଜିତିନେଲା ମ୍ୟାଚ୍‌। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ। ଅଣ୍ଡର ୧୯ ମହିଳା ବିଶ୍ୱକପ୍‌ର ଏସିଆ ଯୋଗ୍ୟତା ପର୍ଯ୍ୟାୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ଏବଂ ନେପାଳ ମଧ୍ୟରେ ମ୍ୟାଚ୍‌ ଥିଲା। ବାଙ୍ଗିରେ ଆୟୋଜିତ ଏହି ମ୍ୟାଚ୍‌ରେ ନେପାଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ୟୁଏଇ ବୋଲରଙ୍କ ଆଗରେ ନେପାଳ ଟିମ୍‌ ତିଷ୍ଟି ପାରି ନ ଥିଲା। ଦଳ ମାତ୍ର ୮ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ନେପାଳ ପକ୍ଷରୁ ସ୍ନେହା ମହାରା ସର୍ବାଧିକ ୩ ରନ୍‌ କରିଥିଲେ। ଦଳର ୬ ବ୍ୟାଟ୍ସମ୍ୟାନ୍‌ ଖାତା ଖୋଲି ପାରି ନ ଥିଲେ। ଜବାବରେ ୟୁଏଇ ମାତ୍ର ୭ ବଲ୍‌ ଅର୍ଥାତ ୧.୧ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା। ୧୧୩ ବଲ ଥାଇ ଦଳ ବିଜେତା ହୋଇଥିଲା।

Share