Categories: ଖେଳ

ପ୍ରଥମଥର ଏସିଆ କପ୍‌ ଖେଳିବ ନେପାଳ: ଘୋଷଣା କଲା ଦଳ

କାଠମାଣ୍ଡୁ,୧୫।୮: ପାକିସ୍ତାନ ଏବଂ ବାଂଲାଦେଶ ପରେ ନେପାଳ ମଧ୍ୟ ଏସିଆ କପ ୨୦୨୩ ପାଇଁ ୧୭ ଜଣିଆ ଦଳ ଘୋଷଣା କରିଛି। ପ୍ରଥମ ଥର ପାଇଁ ନେପାଳ ଏସିଆ କପରେ ଖେଳୁଥିବା ଦେଖିବାକୁ ମିଳିବ। ରୋହିତ ପାଉଡେଲ ଦଳର ଅଧିନାୟକତ୍ୱ ପରିଚାଳନା କରୁଥିବା ଦେଖିବାକୁ ମିଳିବ। ବଳାତ୍କାର ଅଭିଯୋଗ ପରେ ଜାମିନରେ ଆସିଥିବା ନେପାଳର ପୂର୍ବତନ ଅଧିନାୟକ ଲେଗ-ସ୍ପିନର ସନ୍ଦୀପ ଲାମିଚାନେଙ୍କୁ ମଧ୍ୟ ଏହି ଦଳରେ ସାମିଲ କରାଯାଇଛି।
ନେପାଳର ଦଳ ଆସନ୍ତା ଅଗଷ୍ଟ ୩୦ରେ ପାକିସ୍ତାନ ବିପକ୍ଷ ଏସିଆ କପରେ ପ୍ରଥମ ମ୍ୟାଚ ଖେଳିବ। ଏହା ପରେ ସେମାନେ ୪ ସେପ୍ଟେମ୍ବରରେ ଭାରତ ବିପକ୍ଷରେ ନିଜ ଦଳର ଦ୍ୱିତୀୟ ମ୍ୟାଚ ଖେଳିବାକୁ ପଡିବ। ପ୍ରଥମ ଥର ପାଇଁ ଏହି ଏସିଆ କପ ଟୁର୍ନାମେଣ୍ଟ ହାଇବ୍ରିଡ ମଡେଲରେ ଖେଳାଯାଉଛି, ଯେଉଁଥିରେ ଉଭୟ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ମ୍ୟାଚ ଖେଳାଯିବ। ଟୁର୍ନାମେଣ୍ଟର ଟାଇଟଲ ମ୍ୟାଚ ୧୭ ସେପ୍ଟେମ୍ବରରେ ଖେଳାଯିବ।
ନେପାଳ ଦଳ
ରୋହିତ ପାଉଡେଲ (ଅଧିନାୟକ), କୁଶଲ ଭୁର୍ଟେଲ, ଆସିଫ ଶେଖ (ଉଇକେଟ୍‌ କିପର), ଲଲିତ ରାଜବାନ୍ସି, ଭୀମ ଶାର୍କି, କୁଶଲ ମଲା, ପ୍ରଦୀପ ସିଂ ଆରେ, ସନ୍ଦୀପ ଲାମିଚାନେ, କରଣ କେସି, ଗୁଲଶନ ଝା, ଆରିଫ ଶେଖ, ସୋମପାଲ କାମି, ପ୍ରତୀସ ଜିସି, କିଶୋର ମାହାତୋ, ସନ୍ଦିପ ଜୋରା, ଅର୍ଜୁନ ସୌଦ ଏବଂ ଶ୍ୟାମ ଧାକଲ।

Share