ଭାରତର ୩ ଅଞ୍ଚଳ ନେପାଳର; ଓଲି କହିଲେ- ନିର୍ବାଚନରେ ଜିତିଲେ ଫେରାଇ ଆଣିବୁ

କାଠମାଣ୍ଡୁ,୫।୧୧: ବିଧାନସଭା ନିର୍ବାଚନ ପୂର୍ବରୁ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଏକ ବିବାଦୀୟ ବୟାନ ଦେଇଛନ୍ତି। ଯଦି ସେ କ୍ଷମତାକୁ ଆସନ୍ତି ତେବେ ଭାରତ ନିଜର କହୁଥିବା ନେପାଳର କିଛି ଅଂଶକୁ ଫେରାଇ ଆଣିବେ ବୋଲି କହିଛନ୍ତି।

ପଶ୍ଚିମ ନେପାଳର ଭାରତୀୟ ସୀମା ନିକଟ ଧର୍ଚୁଲା ଜିଲାରେ ନେପାଳର କମ୍ୟୁନିଷ୍ଟ ପାର୍ଟିର ଦେଶବ୍ୟାପି ନିର୍ବାଚନ ଅଭିଯାନ ଆରମ୍ଭ କରିବା ବେଳେ ଓଲି କହିଛନ୍ତି, ୨୦୨୨ ନଭେମ୍ବର ୨୦ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଯଦି ତାଙ୍କ ଦଳ ଜିତେ ତାହାହେଲେ ଭାରତ ନିଜର ବୋଲି କହୁଥିବା ନେପାଳର ଅଂଶ ଉପରେ ପୁଣିଥରେ ଦାବି କରାଯିବ। କାଲାପାନି, ଲିପୁଲେଖ ଏବଂ ଲିମ୍ପିୟାଧୁରାକୁ ସେ ଫେରାଇ ଆଣିବେ।

ପ୍ରକାଶ ଯେ, ଓଲି ନିଜର ବିବାଦୀୟ ବୟାନକୁ ନେଇ ପୂର୍ବରୁ ଚର୍ଚ୍ଚାରେ ରହି ଆସିଛନ୍ତି। ଭଗବାନ ରାମ ଏବଂ ଅଯୋଧ୍ୟା ପରେ ସେ ଯୋଗ ଭାରତରୁ ନୁହେଁ ବରଂ ନେପାଳରୁ ଆସିଥିବା ନେଇ ଦାବି କରିଥିଲେ।

Share