Categories: ଖେଳ

ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌: ୟୁଏଇକୁ ୬ ଉଇକେଟରେ ହରାଇଲା ନେପାଳ

ଦାମ୍ବୁଲା, ୧୯ା୭: ଓପନର ସମ୍‌ଝାନା ଖଡ୍‌କାଙ୍କ ଦ୍ରୁତ ଅର୍ଦ୍ଧଶତକ ଓ ଇନ୍ଦୁ ବର୍ମାଙ୍କ ୩ ଉଇକେଟ ସଫଳତାକୁ ପାଥେୟ କରି ନେପାଳ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ୬ ଉଇକେଟରେ ପରାସ୍ତ କରି ଏହାର ଅଭିଯାନ ଆରମ୍ଭ କରିଛି।

ଖଡ୍‌କା ୪୫ ବଲ୍‌ର ସମ୍ମୁଖୀନ ହୋଇ ୧୧ ଚୌକା ସହ ୭୧ ରନ କରି ଅପରାଜିତ ରହିଥିଲେ। ନେପାଳ ୧୬.୧ ଓଭରରେ ୪ ଉଇକେଟ ବିନିମୟରେ ୧୧୬ରନର ଟାର୍ଗେଟକୁ ହାସଲ କରି ନେଇଥିଲା। ବର୍ମା (୩/୧୯)ଙ୍କ ନେତୃତ୍ୱରେ ନେପାଳର ଅଭିଜ୍ଞ ବୋଲରମାନଙ୍କ ଉଚିତ ମୁକାବିଲା କରି ନ ପାରି ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଏମିରେଟ୍ସ ନିର୍ଦ୍ଧାରିତ ଓଭରରେ ୮ଉଇକେଟ ବିନିମୟରେ ୧୧୫ ରନ୍‌ କରିପାରିଥିଲା।

ପାଓ୍ବାର ପ୍ଲେ ପରେ ୟୁଏଇ ଅଫ୍‌-ସ୍ପିନର କବିଶା ଏଗୋଡେଗ୍‌ (୩/୧୨) ନେପାଳ ଅଗ୍ରଗତିରେ ସାମାନ୍ୟ ବାଧା ସୃଷ୍ଟି କରିଥିଲେ। କିନ୍ତୁ ଖଡ୍‌କା ପଡ଼ିଆର ଚତୁର୍ଦିଗକୁ ଶଟ୍‌ମାନ ମାରି ଏକାକି ନେପାଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇ ଦେଇଥିଲେ।

Share