କାଠମାଣ୍ଡୁ,୧୬ ।୩: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ ହ୍ୟାକ କରାଯାଇଛି । ତାଙ୍କ ଟୁଇଟର ଆକାଉଣ୍ଟରେ ଦହଲଙ୍କ ପ୍ରୋଫାଇଲ ସ୍ଥାନରେ BLUR ଆକାଉଣ୍ଟ ଦେଖାଯାଉଛି, ଯାହା ପ୍ରୋ ଟ୍ରେଡର୍ସଙ୍କ ପାଇଁ ନନ-ପଜିଟିଭ ଟୋକନ ମାର୍କେଟପ୍ଲେସ ଅଟେ ।
ଦହଲଙ୍କ ଟୁଇଟର ଆକାଉଣ୍ଟ @PM_Nepal ଉପରେ ଏନଏଫଟି ସମ୍ପର୍କରେ ଏକ ଟୁଇଟକୁ ପିନ କରାଯାଇଛି । ଯେଉଁଥିରେ ଲେଖାଯାଇଛି, ଖୋଜିବା ଆରମ୍ଭ ହୋଇଯାଇଛି । ଆପଣଙ୍କ BAKC ଅବା SewerPass ପ୍ରସ୍ତୁତ କରି ରଖନ୍ତୁ ଓ ଖାଲକୁ ଖସନ୍ତୁ! https://thesummoning.party।”
ସୂଚନଯୋଗ୍ୟ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରେ ୬ ଲକ୍ଷ ୯୦ ହଜାରରୁ ଅଧିକ ଫଲୋୟର୍ସ ରହିଛନ୍ତି ।