Advertisement

‘ଭାରତ ସହିତ ନେପାଳର ସମ୍ପର୍କ ଐତିହାସିକ’

କାଠମାଣ୍ଡୁ,୧୧।୭: ନେପାଳର ବୈଦେଶିକ ମନ୍ତ୍ରୀ ଏନ.ପି.ସାଉଦ ସୋମବାର ଭାରତ ଏବଂ ଚାଇନା ସହ ତାଙ୍କ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ପଡ଼ୋଶୀ ଦେଶ ସହ ସମ୍ପର୍କକୁ ଅନ୍ୟ କାହା ସହ ତୁଳନା କରାଯିବା ଉଚିତ୍‌ ନୁହେଁ।

ଲୋକ ସଭାର ଅନ୍ତର୍ଜାତୀୟ ସମ୍ପର୍କ କମିଟିକୁ ସାଉଦ କହିଛନ୍ତି, ଆମର ଉଭୟ ପଡ଼ୋଶୀ ଅର୍ଥନୈତିକ ଶକ୍ତି ସୃଷ୍ଟି କରୁଛନ୍ତି ଏବଂ ସେମାନଙ୍କର ପ୍ରଭାବ ବଢୁଛି। ଉଭୟ ପଡୋଶୀ ଦେଶ ସହିତ ନେପାଳର ପାରମ୍ପାରିକ ବନ୍ଧୁତା ରହିଛି, ଯାହାକୁ ଆହୁରି ମଜବୁତ କରାଯିବା ଆବଶ୍ୟକ।

ସେ କହିଛନ୍ତି ଯେ ଭାରତ ସହ ନେପାଳର ସମ୍ପର୍କ ଐତିହାସିକ ଏବଂ ସ୍ବତନ୍ତ୍ର। ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମର ଖୋଲା ସୀମା ବ୍ୟବସାୟ ଏବଂ ଯିବା ଆସିବା ଭଳି ସୁବିଧା ଯୋଗୁ ଦକ୍ଷିଣ ପଡୋଶୀ (ଭାରତ) ସହିତ ଆମର ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel