Categories: ଜାତୀୟ

ବିମାନରେ କ୍ରୁ ସଦସ୍ୟଙ୍କୁ ଅସଦାଚରଣ: ନେପାଳ ନାଗରିକଙ୍କ ନାଁରେ ମାମଲା

ନୂଆଦିଲ୍ଲୀ,୧୨।୭: ଏୟାର ଇଣ୍ଡିଆ ବିମାନରେ କ୍ୟାବିନ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରିବା ଏବଂ ଶୌଚାଳୟର କବାଟ ଭାଙ୍ଗିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଏକ ନେପାଳ ନାଗରିକଙ୍କ ବିରୋଧରେ ମାମଲା ରୁଜୁ କରିଛି।

ରିପୋର୍ଟ ଅନୁଯାୟୀ, କ୍ୟାବିନ ସୁପରଭାଇଜର ଆଦିତ୍ୟ କୁମାର କହିଛନ୍ତି ଯେ, ନେପାଳର ବାସିନ୍ଦା ମହେଶ ସିଂ ପଣ୍ଡିତ ନାମକ ଜଣେ ଯାତ୍ରୀ ତାଙ୍କ ଆସନ ୨୬ଇରୁ ୨୬ଏଫ୍‌କୁ ବଦଳାଇ ଇକୋନୋମି ଶ୍ରେଣୀର କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ ଆରମ୍ଭ କରିଥିଲେ। ସେତେବେଳେ ଆଦିତ୍ୟ କୁମାର ଏହାକୁ ନେଇ ପାଇଲଟ-ଇନ-କମାଣ୍ଡଙ୍କୁ ଜଣାଇଥିଲେ। କ୍ୟାପଟେନଙ୍କ ନିର୍ଦ୍ଦେଶ ଅନୁଯାୟୀ ଅନ୍ୟ ଚାରିଜଣ ଯାତ୍ରୀଙ୍କ ସାହାଯ୍ୟରେ ଆମେ ତାଙ୍କୁ ଏସ୍‌ଓପି ଅନୁଯାୟୀ ଅଟକାଇବାକୁ ଚେଷ୍ଟା କରିଥିଲୁ।

Share