ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲା: KIITକୁ ଦାୟୀ କଲେ NHRC

ଭୁବନେଶ୍ୱର,୨୮ା୩: ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ କିଟ୍‌ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି NHRC। କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ୪ ସପ୍ତାହରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି। ତେବେ କଲେଜ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି ଏନ୍‌ଏଚ୍‌ଆର୍‌ସି। ଘଟଣାକୁ କର୍ତ୍ତୃପକ୍ଷ ହାଲୁକା ଭାବେ ନେଇଥିଲେ ବୋଲି ଏନ୍‌ଏଚ୍‌ଆରସି କହିଛନ୍ତି। ଉକ୍ତ ଘଟଣାରେ ଚଳିତ ମାସ ୬ରୁ ୮ ତାରିଖ ପର୍ଯ୍ୟନ୍ତ  ୨ ଜଣିଆ ଏନ୍‌ଏଚ୍‌ଆର୍‌ସି ଟିମ୍‌ ତଦନ୍ତ କରି  ରିପୋର୍ଟ ଦାଖଲ ପରେ କିଟ୍‌ ବିଶ୍ୱବିଦ୍ୟାଳୟର ଆଇଆରଓ, ବିଶବିଦ୍ୟାଳୟର ଅଧିକାରୀ, ଶୃଙ୍ଖଳାଗତ କମିଟି ତଥା କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଏନ୍‌ଏଚ୍‌ଆର୍‌ସି ଦର୍ଶାଇଛନ୍ତି।

ଆଦେଶନାମାରେ ଉଲ୍ଲେଖ କରାଯାଇଛି ଯେ, ଫେବୃଆରୀ ୧୭ରେ ୧୦୦୦-୧୧୦୦ ଛାତ୍ରୀଛାତ୍ର ହଷ୍ଟେଲ ଛାଡ଼ିଥିଲେ। ବିଶ୍ବବିଦ୍ୟାଳୟର ଅଧିକାରୀମାନେ ଏହାକୁ ସ୍ବୀକାର ବି କରିଛନ୍ତି। ହଷ୍ଟେଲ ଛାଡ଼ିଥିବା ଛାତ୍ରୀଙ୍କ ସଂଖ୍ୟା ୧୮୦ ଥିଲା। କର୍ତ୍ତୃପକ୍ଷ ଛାତ୍ରୀମାନଙ୍କର ସୁରକ୍ଷାକୁ ନେଇ କୌଣସି ପ୍ରକାରର ଚିନ୍ତା କରି ନ ଥିଲେ ବରଂ ସେମାନଙ୍କୁ କ୍ୟାମ୍ପସରୁ ବାହାର କରି ଦେଇଥିଲେ।

ଶିଶୁ କଲ୍ୟାଣ କମିଟି ଦ୍ୱାରା ୬ ଜୁଲାଇ୨୦୧୭ର ରିପୋର୍ଟ ଅନୁଯାୟୀ କିସ୍‌ ପରିସରରେ ନିମ୍ନମାନର ରହଣି ସ୍ଥିତି ବାବଦରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ଖୋଦ୍ଧା ଜିଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହାର ତଦନ୍ତ ପାଇଁ ଶିଶୁ କଲ୍ୟାଣ କମିଟି ଯୁଗ୍ମ ତଦନ୍ତକାରୀ ଦଳ ଗଠନ କରିବାକୁ ସୁପାରିସ କରିଥିଲା


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତ୍ୟୋଦୟ ଗୃହ ଯୋଜନା ଗରିବଙ୍କ ଭରସା: ହିତାଧିକାରୀ ପିଛା ମିଳିବ ୧.୨୦ଲକ୍ଷ ଟଙ୍କା

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗୋରୁ ମାର୍କେଟ୍‌ ପରିସରରେ ରବିବାର ଜିଲାସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ଏମ୍‌ପି ପ୍ରଦୀପ...

ମହାକାଶରୁ କେମିତି ଦେଖାଯାଉଥିଲା ଭାରତ? ଏହି ପ୍ରଶ୍ନର ଏମିତି ଉତ୍ତର ଦେଲେ ସୁନିତା ଯାହା ଏବେ ହେଉଛି ଭାଇରଲ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧।୪: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ୧୯ ମାର୍ଚ୍ଚ ୨୦୨୫ରେ ସ୍ପେସଏକ୍ସ ଡ୍ରାଗନ ମହାକାଶଯାନ ଯୋଗେ ପୃଥିବୀକୁ ଫେରି ଆସିଥିଲେ। ସେ ଏବଂ ତାଙ୍କ...

ଜନଜାତିଙ୍କ କାମରେ ଆସୁନି ହାଟ: କାମ କରି ଠିକାଦାର ମାଲାମାଲ

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ):ଏକ ଦଶନ୍ଧିରୁ ଅଧିକା ଦିନ ବିତିଲା, ହେଲେ ଜନଜାତିଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ଜନଜାତି ହାଟଟି ଆଜି ପର୍ଯ୍ୟନ୍ତ କାହା କାର୍ଯ୍ୟରେ ଲାଗିପାରି...

ପ୍ରବଚନ ଦେବାବେଳେ ଟଳିପଡ଼ିଲେ ପ୍ରବଚକ

ସାବରଙ୍ଗ,୧।୪(କାଳିପଦ ରାୟ)୧।୪: ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାହାଡା ରାମମନ୍ଦିରଠାରେ ପ୍ରବଚନ ଚାଲିଥିବା ବେଳେ ଏକ ଅଘଟଣ ଘଟିଛି। ପ୍ରବଚନ ଦେଉଥିବା ବେଳେ ଟଳିପଡ଼ିଛନ୍ତି...

ଏଟିଏମ୍‌ ଯିବ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅଟୋମେଟେଡ୍‌ ଟେଲର ମେଶିନ (ଏଟିଏମ୍‌)ରୁ ଅର୍ଥ ଉଠାଣ ଉପରେ ଆସନ୍ତା ମେ’ ପହିଲାରୁ ଫି’ ବୃଦ୍ଧି ହେବା ନେଇ ଘୋଷଣା...

ତାଇଓ୍ବାନ ବିରୋଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲାଣି ଚାଇନା! ଖୋଲାଖୋଲି ଦେଲା ଧମକ

ବେଜିଂ,୧।୪: ଚାଇନା ସେନା ତାଇୱାନ ଚାରିପାଖରେ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଛି। ଚାଇନା ସେନାର ପୂର୍ବ ଥିଏଟର କମାଣ୍ଡର ସରକାରୀ WeChat ଆକାଉଣ୍ଟରେ ଏହି ସୂଚନା...

ଝାଡ଼ଖଣ୍ଡରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା, ମୁହାଁମୁହିଁ ହେଲେ ଦୁଇ ମାଲଗାଡ଼ି

ରାଞ୍ଚି,୧।୪: ଝାଡ଼ଖଣ୍ଡର ବରହେଟରେ ଦୁଇଟି ମାଲବାହୀ ଟ୍ରେନ ମଧ୍ୟରେ ଧକ୍କା ହେବା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ...

ଜାତୀୟ ଶିକ୍ଷାନୀତିକୁ ନିନ୍ଦାକଲେ ସୋନିଆ

ନୂଆଦିଲ୍ଲୀ,୧।୪(ପି.ଟି.): କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଶିକ୍ଷାନୀତିକୁ ନିନ୍ଦା କରିଛନ୍ତି। କ୍ଷମତାର କେନ୍ଦ୍ରୀକରଣ, ବ୍ୟବସାୟୀକରଣ, ଘରୋଇ ସେକ୍ଟରରେ ପୁଞ୍ଜିନିବେଶର ଆଉଟ୍‌ସୋର୍ସିିଂ ଏବଂ ପାଠ୍ୟପୁସ୍ତକଗୁଡ଼ିକର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image