ନାଗରିକତ୍ୱ ବିଲ କାର୍ଯ୍ୟକାରୀ ନ କରିବାକୁ ନେପାଳୀ ସୁପ୍ରିମକୋର୍ଟଙ୍କ  ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ…

କାଠମାଣ୍ଡୂ,୫।୬ : ନାଗରିକତ୍ୱ ବିଲ କାର୍ଯ୍ୟକାରୀ ନ କରିବାକୁ ନେପାଳୀ ସୁପ୍ରିମକୋର୍ଟ ଏକ ସ୍ବଳ୍ପକାଳୀନ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖପାତ୍ର ବିମଲ ପାଉଡେଲ କହିଛନ୍ତି ସୁପ୍ରିମକୋର୍ଟର ଜଷ୍ଟିସ ମନୋଜ ଶର୍ମାଙ୍କ ଏକକ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏହି ଆବେଦନ ଶୁଣାଣି କରି ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏବଂ ଅନ୍ୟମାନଙ୍କୁ ଏହାର ଉତ୍ତର ମାଗିଛନ୍ତି। ସଂସଦର ଉଭୟ ଗୃହରେ ନାଗରିକତ୍ୱ ବିଲ ପାରିତ ହୋଇଥିଲା। ଏହା ପରେ ଏହି ବିଲ ତତ୍କାଳୀନ ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀଙ୍କୁ ଅନୁମୋଦନ ପାଇଁ ପଠାଯାଇଥିଲା। ତେବେ ଭଣ୍ଡାରୀ ଏହାକୁ ପୁନର୍ବିଚାର କରିବା ଆବଶ୍ୟକ ବୋଲି ଏକ ବାର୍ତ୍ତା ଦେଇ ସଂସଦକୁ ଫେରାଇ ଦେଇଥିଲେ।

Share