Categories: ଜାତୀୟ

ବୋଲେରୋରେ ମଦ ଚାମ୍ବର, ଏମିତି ହେଲା ପର୍ଦ୍ଦାଫାସ

ଲକ୍ଷ୍ନୌ,୩୧ା୭: ଜଣେ ନେପାଳୀ ଯୁବକଙ୍କୁ ଉତ୍ତରପ୍ରଦେଶର ଚନ୍ଦୋଲି ପୋଲିସ ମଦ ଚାଲାଣ ଅଭିଯୋଗରେ ଗିରଫ କରିଛି। ମାତ୍ର ଯୁବକଙ୍କ ବୁଦ୍ଧିକୁ ଦେଖି ପୋଲିସର ଅକଲ ଗୁଡୁମ୍‌ ହୋଇଯାଇଥିଲା। କାରଣ ଯୁବକ ଜଣକ ଏକ ଭିନ୍ନ ତରିକାରେ ମଦ ଚୋରା ଚାଲାଣ କରୁଥିଲେ।


ଏକ ବୋଲେରୋ ଛାତରେ ଗୁପ୍ତ ଭାବରେ ଚାମ୍ବର କରି ଏଥିରେ ବିପୁଳ ପରିମାଣର ବିଦେଶୀ ମଦ ବୋତଲ ଲୁଚାଇ ରଖିଥିଲେ ଏହି ଯୁବକ। ଏହି ମଦକୁ ସେ ବିହାରରେ ଚୋରାରେ ବିକ୍ରି କରୁଥିଲେ। ପୋଲିସ ଏହି ମାମଲାରେ ନେପାଳୀ ଯୁବକଙ୍କ ସମେତ ଆଉ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଛି।


ବିହାରରେ ମଦ ବିକ୍ରି ଉପରେ କଟକଣା ଥିଲେ ମଧ୍ୟ ଅନ୍ୟ ରାଜ୍ୟରୁ ଏଠାକୁ ମଦ କାରବାର ପ୍ରକ୍ରିୟା ଜାରି ରହିଛି। ଉତ୍ତରପ୍ରଦେଶ- ବିହାର ସୀମା ଅତିକ୍ରମ କରି ବିହାରରେ ମଦ କାରବାର ହେଉଥିବା ପୋଲିସ ସୂଚନା ପାଇବା ପରେ ଏହା ଉପରେ କଡ଼ା ନଜର ରଖିଥିଲା। ଉତ୍ତରପ୍ରଦେଶ -ବିହାର ସୀମା ଦେଇ ଯାଉଥିବା ଏହି ବୋଲେରୋର ପିଛା କରିଥିଲା ପୋଲିସ। ପରେ ଏହାକୁ ଜବତ କରି ଥାନାକୁ ଆଣିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି।

Share