ଚାଇନାର ବିଆରଆଇ ଅଧିନରେ ଏୟାରପୋର୍ଟ ନିର୍ମାଣ ଦାବିକୁ ଖାରଜ କଲା ନେପାଳ

କାଠମାଣ୍ଡୁ,୧୨।୭: ନେପାଳର ବୈଦେଶିକ ମନ୍ତ୍ରୀ ଏନପି ସଉଦ ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ ପ୍ରୋଜେକ୍ଟ (ବିଆରଆଇ) ଅଧିନରେ ଏୟାରପୋର୍ଟ ନିର୍ମାଣର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ଏନପି ଅନ୍ତର୍ଜାତୀୟ ସମ୍ପର୍କ ଏବଂ ପର୍ଯ୍ୟଟନ ସମିତିକୁ ସମ୍ବୋଧିତ କରୁଥିବା ସମୟରେ ନେପାଳରେ ବିଆରଆଇ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ନାହିଁ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ପୋଖରା ଅନ୍ତର୍ଜାତୀୟ ଏୟାରପୋର୍ଟ ବିଆରଆଇ ଢାଞ୍ଚାରେ ନିର୍ମାଣ ହୋଇଛି ବୋଲି ଚାଇନାର ରାଷ୍ଟ୍ରଦୂତ ବାରମ୍ବାର ଦାବି କରିଆସୁଛନ୍ତିି।

Share