ଆନନ୍ଦପୁର,୧୯ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ଗୟଳମୁଣ୍ଡା ପଞ୍ଚାୟତ ଭାଲୁଘେରା ଗ୍ରାମରେ ଏକ ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛି। ଭାଲୁଘେରା ଗ୍ରାମର ଶ୍ରୀଧର ମହାନ୍ତଙ୍କ ପୁଅ ବିଜୟ ମହାନ୍ତ ନିଜ ସମ୍ପର୍କୀୟ ଖୁଡ଼ୀଙ୍କର ମୋବାଇଲରେ ଥିବା ଫେସ୍ବୁକ୍ ଆପ୍କୁ ଅପଡେଟ୍ କରିବାକୁ ନେଇ ମୋବାଇଲରେ ଥିବା ତାଙ୍କର କିଛି ଅଶ୍ଳୀଳ ଫଟୋକୁ ସେହି ମୋବାଇଲରେ ଥିବା ମିଶନ୍ ଶକ୍ତି ନାମରେ ଥିବା ଏକ ହ୍ବାଟ୍ସଆପ୍ ଗ୍ରୁପରେ ଅପଲୋଡ କରିଦେଇଥିଲେ। ଅଶ୍ଳୀଳ ଫଟୋ ଭାଇରାଲ୍ ହେବା ଘଟଣାକୁ ନେଇ ସମ୍ପର୍କୀୟ ଖୁ୍ଡ଼ୀ ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ପକ୍ଷରୁ ୨୬୪/୨୨ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତ ବିଜୟ ମହାନ୍ତକୁ ଗିରଫ କରାଯାଇଥିଲା। ପୋଲିସ ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କ ମୋବାଇଲ୍ ଯାଞ୍ଚ କରିବା ପରେ ଘଟଣାର ସତ୍ୟତା ପଦାକୁ ଆସିଥିଲା। ମୋବାଇଲ, ସିମ୍ କାର୍ଡ଼କୁ ଜବତ କରାଯିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ବିଜୟ ନିଜ ଖୁଡ଼ୀଙ୍କ ବିୟୋଗରେ ମୁଖାଗ୍ନି ଦେଇଥିଲେ। ଖୁଡ଼ୀଙ୍କର ନବମୀ କ୍ରିୟା ଦିନ ପୋଲସ୍ ଦ୍ୱାରା ଗିରଫ ହୋଇ ଦଶାହରେ କୋର୍ଟ ଚାଲାଣ ହୋଇଥିଲେ। ଫଳରେ ମୁଖାଗ୍ନି ଦେଇ ସୁଦ୍ଧା ଖୁଡ଼ୀଙ୍କର ଦଶାହ କ୍ରିୟାକର୍ମରେ ଯୋଗଦେଇ ନ ପାରିବା ଚର୍ଚ୍ଚାର ପରିସରକୁ ଆସିଛି।