ଦଆନ୍ଦପୁର,୨୩।୧(ଡି.ଏନ୍.ଏ.): ଗୁଣିଗାରେଡି ସନ୍ଦେହରେ ଦାଦାଙ୍କ ତୀରମାଡ଼ରେ ପୁତୁରା ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କନ୍ତୋ ଗାଁରେ। ଗୁରୁତରଙ୍କୁ ତୁରନ୍ତ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ଗୁଣିଗାରେଡି କରୁଥିବା ସନ୍ଦେହରେ ରତ୍ନାକର ବିନ୍ଧାଣିଙ୍କୁ ତାଙ୍କ ଦାଦା ରବୀ ବିନ୍ଧାଣି ତୀରରେ ଆକ୍ରମଣ କରିଥିଲେ। ତେବେ ତୀରଟି ଛାତିରେ ନପଶି ହାତରେ ପଶିଯାଇଥିଲା। ତୁରନ୍ତ ପରିବାର ଓ ସ୍ଥାନୀୟ ଲୋକ ରତ୍ନାକରଙ୍କୁ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଅନ୍ୟପକ୍ଷରେ ଖବରପାଇ ଘଷିପୁରା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।