ଗୋଲାମୁଣ୍ଡା,୨୫ା୧(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଅଧିନସ୍ଥ କାର୍ଲିଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ ମା’ ନିର୍ମମ ହତ୍ୟା କରଛନ୍ତି ପୁତୁରା। ମୃତ ବଡ଼ ବାପା ବୁଡୁ ବାଗ ଓ ବଡ଼ ମା’ ସଜନେ ବାଗ ହୋଇଥିବାବେଳେ ହତ୍ୟାକାରୀ ପୁତୁରାଙ୍କ ନାମ ବସନ୍ତ ବାଗ ବୋଲି ଜଣାପଡିଛି। ବର୍ତ୍ତମାନ ରାସ୍ତାରେ ୨ଜଣଙ୍କ ରକ୍ତାକ୍ତ ମୃତଦେହ ପଡ଼ିରହିଛି। ଖବର ପାଇ ଘଟଣାସ୍ଥଳକୁ ଗୋଲାମୁଣ୍ଡା ଥାନା ଓ ସ୍ଥାନୀୟ ଦଶପୁର ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।