ମୃତଦେହ ଧରିବାକୁ ଗଙ୍ଗାରେ ଜାଲ

ପାଟନା, ୧୩ା୫: କରୋନା ଆକ୍ରାନ୍ତଙ୍କ ମୃତଦେହ ଦାହ କରି ନ ପାରି ଏହାକୁ ଗଙ୍ଗା ନଦୀରେ ଫିଙ୍ଗି ଦିଆଯାଉଥିବା ଘଟଣା ଉତ୍ତର ଭାରତରେ ଭୟର ବାତାବରଣ ଖେଳାଇଦେଇଛି। ମୃତଦେହଗୁଡ଼ିକୁ ନଦୀରୁ କାଢ଼ିବା ପାଇଁ ବିହାର ପ୍ରଶାସନ ପକ୍ଷରୁ ଜାଲ ବିଛାଯାଇଛି। ଉତ୍ତରପ୍ରଦେଶ ସୀମା ନିକଟ ବିହାରର ବକ୍ସର ଦେଇ ବହିଯାଇଥିବା ଗଙ୍ଗା କୂଳରେ ପ୍ରାୟ ଶହେ ମୃତଦେହ ଲାଗିବାକୁ ନେଇ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ିଛି। ବିହାରର ଜଳସମ୍ପଦ ମନ୍ତ୍ରୀ ସଞ୍ଜୟ କୁମାର ଟୁଇଟ୍‌ କରି କହିଛନ୍ତି, ଉତ୍ତରପ୍ରଦେଶ ସୀମା ନଦୀ ନିକଟରେ ପାଟ୍ରୋଲିଂ କଡ଼ାକଡ଼ି କରାଯିବା ସହ ସେଠାରେ ଜାଲ ବିଛାଯାଇଛି।

 

Share