ମସ୍କ, ବେଜୋସଙ୍କ ସମେତ କମିଲା କେତେକ ଅରବପତିଙ୍କ ସମ୍ପତି

ୱାଶିଂଟନ,୩ ।୭: ସାରା ବିଶ୍ୱକୁ ଗ୍ରାସ କରିଥିବା କରୋନା ମହାମାରୀର ପ୍ରଭାବ ସବୁ କ୍ଷେତ୍ରରେ ଦେଖିବାକୁ ମିଳିଛି । ବିଶ୍ୱର ସବୁଠାରୁ ଧନି ବ୍ୟକ୍ତି ଏଲନ ମସ୍କଙ୍କ ସମ୍ପତି ପାଖାପାଖି ୬୨ ଅରବ ଡଲାର ତଳକୁ ଖସି ଆସିଛି । ସେହିପରି ଜେଫ ବେଜୋସଙ୍କ ସମ୍ପତି ପ୍ରାୟ ୬୩ ଅରବ ଡଲାର ତଳକୁ ଖସି ଆସିଛି । ବ୍ଲୁମବର୍ଗର ସୂଚନା ଅନୁଯାୟୀ, ମାର୍କ ଜୁକରବର୍ଗଙ୍କ ମୋଟ ସମ୍ପତି ଅଧାରୁ ଅଧିକ ତଳକୁ ଚାଲି ଆସିଛି ।
ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସର ତାଜା ଆକଳନ ଅନୁଯାୟୀ, ୨୦୨୨ର ପ୍ରଥମ ଭାଗ(ଜାନୁୟାରୀରୁ ଜୁନ)ରେ ବିଶ୍ୱର ୫୦୦ ଶୀର୍ଷ ଧନୀ ବ୍ୟକ୍ତିଙ୍କର ସମ୍ପତି ୧୪ ଅରବ ଡଲାର ତଳକୁ ଖସି ଯାଇଛି । ଏହା ବିଶ୍ୱର ଅରବପତି ବର୍ଗଙ୍କ ପାଇଁ ଏପର୍ଯ୍ୟନ୍ତ ହୋଇଥିବା ସବୁଠାରୁ ବଡ କ୍ଷତି ବୋଲି କୁହାଯାଉଛି । କରୋନା ମହାମାରୀ ପରେ ଏହାସବୁଠାରୁ ଅଧିକ କ୍ଷତି । ଏଥିରେ ଟେକ କମ୍ପାନୀଠାରୁ ଆରମ୍ଭ କରି କ୍ରେପ୍ଟୋକରେନ୍ସି ପର୍ଯ୍ୟନ୍ତ ସବୁକୁ ନେଇ ବିଶ୍ଳେଷଣ କରାଯାଇଛି ।

Share