ଏତିକି କୋଟି ଟଙ୍କାର ମାଲିକାଣୀ ଅଟନ୍ତି ମାଧୁରୀ

ମୁମ୍ବାଇ: ବଲିଉଡ୍‌ର ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ୍‌ଙ୍କ ଆଜି ଅର୍ଥାତ୍‌ ମେ’ ୧୫ରେ ଜନ୍ମଦିନ। ମାଧୁରୀ ୧୬ ବର୍ଷ ବୟସରେ ସେ ଫିଲ୍ମରେ ଡେବ୍ୟୁ କରିଥିଲେ। ଆଜି ମାଧୁରୀ ତାଙ୍କର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ନିକଟରେ ମାଧୁରୀଙ୍କ ସ୍ବାମୀ ଡ. ଶ୍ରୀରାମ ନେନେ ମାଧୁରୀଙ୍କୁ ୨ କୋଟି ଟଙ୍କା ମୂଲ୍ୟର କାର୍‌ରେ ଛାଡ଼ିବାକୁ ବିମାନବନ୍ଦର ଆସିଥିଲେ। ଏତେ ଦାମୀ କାର୍‌ ଦେଖି ଲୋକଙ୍କ ଆଖି ଖୋସି ହୋଇଯାଇଥିଲା। ତେବେ ନେଟ୍‌ ମୂଲ୍ୟ ଦୃଷ୍ଟିରୁ ମାଧୁରୀ ଅନ୍ୟ ବଲିଉଡ୍‌ ଷ୍ଟାରଙ୍କଠାରୁ କମ୍‌ ନୁହନ୍ତି, ଜାଣନ୍ତୁ ତାଙ୍କ ନିକଟରେ କେତେ ଟଙ୍କାର ସମ୍ପତ୍ତି ରହିଛି…

ମାଧୁରୀଙ୍କ ନିଟ୍‌ ମୂଲ୍ୟ ପ୍ରାୟ ୨୫୦ କୋଟି ଅଟେ। ଆଜି ମଧ୍ୟ ମାଧୁରୀ ଏକ ଫିଲ୍ମ ପାଇଁ ୪ରୁ ୫ କୋଟି ନିଅନ୍ତି। ଆହୁରି ମଧ୍ୟ, ରିୟାଲିଟି ଶୋ’ର ଏକ ସିଜିନ୍‌ର ବିଚାରପତି ଭାବେ ୨୪ରୁ ୨୫ କୋଟି ଟଙ୍କା ନିଅନ୍ତି। ଏଥିସହିତ ଅନେକ ବ୍ରାଣ୍ଡର ବିଜ୍ଞାପନ ମଧ୍ୟ କରିଥାନ୍ତି। ଗୋଟିଏ ବିଜ୍ଞାପନ ପାଇଁ ସେ ପ୍ରାୟ ୮ କୋଟି ଟଙ୍କା ନିଅନ୍ତି। ବର୍ଷେ ମଧ୍ୟରେ ମାଧୁରୀଙ୍କ ନିଟ୍‌ ମୂଲ୍ୟ ୪୦ ପ୍ରତିଶତ ବୃଦ୍ଧି ପାଇଛି।

ମାଧୁରୀ ମୁମ୍ବାଇସ୍ଥିତ ଲୋଖଣ୍ଡଓ୍ବାଲାର ଏକ ବିଳାସପୂର୍ଣ୍ଣ ଘରେ ରୁହନ୍ତି ଏହା ବ୍ୟତୀତ ଦେଶର ଅନେକ ରାଜ୍ୟରେ ବି ତାଙ୍କର ଘର ଅଛି। ସେ କାର୍‌ ଚଢ଼ିବାକୁ ଖୁବ୍‌ ପସନ୍ଦ କରନ୍ତି। ତାଙ୍କ ନିକଟରେ ହ୍ବାଇଟ୍‌ ଅଡି, ଟୟୋଟା ଇନୋଭା କ୍ରିଷ୍ଟା, ରୋଲ୍ସ ରୋଏସ ଏବଂ ସ୍କୋଡା ରାପିଡ୍‌ ପରି ଦାମୀ କାର୍‌ ରହିଛି।

ଏ ତ ଗଲା ତାଙ୍କ ବ୍ୟକ୍ତିଗତ କଥା, ଯଦି ତାଙ୍କ ଓ୍ବାର୍କ ଫ୍ରଣ୍ଟ୍‌ ବିଷୟରେ କଥା ହେବା ତେବେ ସେ ନେଟ୍‌ଫ୍ଲିକ୍ସରେ ଓ୍ବେବ୍‌ ସିରିଜ ଫେମ୍‌ ଗେମ ସହିତ ଚଳିତବର୍ଷ  ଓଟିଟି ଡେବ୍ୟୁ କରିଥିଲେ। ଏହି ଧାରାବାହିକରେ ତାଙ୍କର ଅଭିନୟ ଖୁବ୍‌ ଭଲ ଥିଲା। ଏଥିରେ ମାନବ କୌଲ ଏବଂ ସଞ୍ଜୟ କପୁର ତାଙ୍କ ସହ ନଜର ଆସିଥିଲେ।

Share