ଜନ୍ମସ୍ଥାନରେ ନେତାଜୀ ଜୟନ୍ତୀ

କଟକ,୨୩ା୧ (କାର୍ତ୍ତିକ ସାହୁ) ମହାନ୍‌ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜୟନ୍ତୀ ସମାରୋହ ଓଡ଼ିଆବଜାରସ୍ଥିତ ତାଙ୍କ ଜନ୍ମସ୍ଥାନରେ ମଙ୍ଗଳବାର ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ସଂଗ୍ରହାଳୟ ପରିସରରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଓଡ଼ିଶା ଲଳିତ କଳା ଏକାଡେମୀର ଶିଳ୍ପୀମାନଙ୍କ ଦ୍ୱାରା ନେତାଜୀଙ୍କ ସମ୍ପର୍କିତ ମୃଣ୍ମୟ ଭାସ୍କର୍ଯ୍ୟ ପ୍ରଦର୍ଶନୀକୁ ଅତିଥିମାନେ ପରିଦର୍ଶନ କରିଥିଲେ। ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଅଂଶଗ୍ରହଣକାରୀ ଭାସ୍କର୍ଯ୍ୟ ଶିଳ୍ପୀମାନଙ୍କୁ ୧୦ ହଜାର ଟଙ୍କାର ଚେକ୍‌ ସହ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସିଏମ୍‌ସି ମେୟର ସୁବାସ ସିଂ, ଜିଲାପାଳ ନରହରି ସେଠୀ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଅତସି ଦାସ, ସ୍ବତନ୍ତ୍ର ଶାସନ ସଚିବ ମଧୁସୂଦନ ଦାସ, ଲଳିତ କଳା ଏକାଡେମୀର ସଚିବ ପଞ୍ଚାନନ ସାମଲ ଅତିଥି ଭାବେ ଯୋଗଦେଇଥିଲେ। ଲଳିତ କଳା ଏକାଡେମୀ ପକ୍ଷରୁ ମୃଣ୍ମୟ ପୁସ୍ତକ ଉନ୍ମୋଚିତ ହୋଇଥିଲା।
ବିଧି ଅନୁଯାୟୀ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟର ନେତାଜୀଙ୍କ ଜନ୍ମ ପ୍ରକୋଷ୍ଠରେ ହୋମ ଯଜ୍ଞ, ପୂଜାପାଠ ଦିନ ୧୨ଟା ବେଳେ କରାଯାଇଥିଲା। ଜିଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ପୁରୋଧା ଭାବେ ପୂଜାକାର୍ଯ୍ୟ ସମାପନ କରିଥିଲେ। ପରେ ବରଗଡ଼ର ମା’ ସମଲେଶ୍ୱରୀ ଗବେଷଣା କେନ୍ଦ୍ରର ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ଓ ସୌରଭ ନାୟକଙ୍କ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣରେ ସମଗ୍ର ପରିବେଶ ଉଲ୍ଲସିତ ହୋଇଥିଲା। ସଂଗ୍ରହାଳୟର କୋଠା, ଫୁଲବଗିଚା ଅତ୍ୟନ୍ତ ଆକର୍ଷଣୀୟ ଭାବେ ସଜ୍ଜିତ ହୋଇଥିଲା। ବହୁସଂଖ୍ୟକ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରୀଛାତ୍ର, ବିଭିନ୍ନ ସରକାରୀ, ବେସରକାରୀ ସଂଗଠନର ବ୍ୟକ୍ତି ବିଶେଷଙ୍କ ସମେତ ରାଜନୈତିକ ନେତୃବୃନ୍ଦ ଓ ଜନସାଧାରଣଙ୍କ ସମାଗମରେ ନେତାଜୀ ଜନ୍ମସ୍ଥାନ ତଥା ଜାନକୀ ନାଥ ଭବନ ଉତ୍ସବ ମୁଖରିତ ହୋଇଥିଲା। ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ନାନା ଦେଶାତ୍ମବୋଧକ ନାରାରେ ସମ୍ପୂର୍ଣ୍ଣ ପରିବେଶ ପ୍ରକମ୍ପିତ ହୋଇଥିଲା। ପ୍ରତ୍ୟୁଷରେ ଜିଲା ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ରାମଧୁନ ପରିବେଷଣ ସହ ସହରର ବିଭିନ୍ନ ସ୍ଥାନରେ ଅବସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। କଟକ ଏମ୍‌ପି ଭର୍ତ୍ତୃହରି ମହତାବ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପର କରିବା ସହ ବ୍ଲଡ୍‌ ଡୋନରସ୍‌ କାଉନସିଲ ପକ୍ଷରୁ ନେତାଜୀ ସେବା ସଦନଠାରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ। କଟକ ବାରବାଟି ବିଧାୟକ ଇଂ. ମହମ୍ମଦ ମୋକିମ, ପ୍ରାକ୍ତନ ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରାକ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଓଡ଼ିଶା ଲଲିତ କଳା ଏକIଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଟ୍ରଷ୍ଟ ଦ୍ୱାରା ନେତାଜୀଙ୍କ ବୀରତ୍ୱ, ଦର୍ଶନ ତଥା ତାଙ୍କ ସଂଗ୍ରାମୀ ଜୀବନର ପ୍ରମୁଖ ଘଟଣାବଳୀକୁ ନେଇ ଆୟୋଜିତ ମୃଣ୍ମୟ ଭାସ୍କର୍ଯ୍ୟ କଳା ଶିବିରରେ ୧୮ ଜଣ ମୃଣ୍ମୟ ଶିଳ୍ପୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକାରୀ ସମିତି ସଭ୍ୟ ମହେନ୍ଦ୍ର ପ୍ରସାଦ ମହାପାତ୍ର, ସାଧାରଣ ସମିତି ସଭ୍ୟା ସ୍ମିତା ମୁଳିଆ, ବରିଷ୍ଠ ଶିଳ୍ପୀ ରବି ନାରାୟଣ ରଥ, ନେତାଜୀ ସଂଗ୍ରହାଳୟ ଭାରପ୍ରାପ୍ତ ଅଧିକାରୀ ଜଳେନ୍ଦ୍ର ପ୍ରସାଦ ରାୟ ପ୍ରମୁଖ ଉପସ୍ଥିତ ରହି ଶିଳ୍ପୀଙ୍କୁ ଉତ୍ସାହିତ କରିଥିଲେ।

ନେତାଜୀଙ୍କ ଅଣନାତି ଜଣାଇଲେ ଶ୍ରଦ୍ଧାଞ୍ଜଳି
ନେତାଜୀଙ୍କ ଜୟନ୍ତୀରେ ପ୍ରତିବର୍ଷ ବୋଷ ପରିବାର ସଦସ୍ୟଙ୍କ ଆଗମନ ହୋଇଥାଏ। ଚଳିତ ବର୍ଷ ମଧ୍ୟ ନେତାଜୀଙ୍କ ଦୁଇ ନାତି ସୁପ୍ରିୟା ବୋଷ ଓ ଚିତ୍ତପ୍ରିୟ ବୋଷ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି। ଉଭୟେ ନେତାଜୀଙ୍କ ବଡ଼ ଭାଇ ସତୀଶ ଚନ୍ଦ୍ର ବୋଷଙ୍କ ପୁତ୍ର ଦ୍ୱିଜେନ୍ଦ୍ର ନାଥ ବୋଷଙ୍କ ପୁତ୍ର ବୋଲି କହିଛନ୍ତି। ନେତାଜୀଙ୍କ ଏହି ନାତିଦ୍ୱୟଙ୍କୁ ଦେଖି ପରିଦର୍ଶକମାନେ ମଧ୍ୟ ଉତ୍ସାହିତ ହୋଇଥିଲେ। ସେମାନଙ୍କୁ ଅଭିବାଦନ ଜଣାଇବା ସହ ଉଭୟଙ୍କ ସହ ଫଟୋ ଉଠାଇ ଆନନ୍ଦିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ବୌଦ୍ଧରୁ ଗଲା ରଥକାଠ

ବୌଦ୍ଧ,୨୭।୪(ଅଜିତ କୁମାର ବାରିକ): ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ରବିବାର ଚଳିତବର୍ଷ ପ୍ରଥମ ରଥକାଠ ବୌଦ୍ଧ ବନଖଣ୍ଡରୁ ପୁରୀ ପଠାଯାଇଛି। ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ପୂଜାର୍ଚ୍ଚନା...

ମା’ ମାହେଶ୍ୱରୀଙ୍କ ପୂଜାର୍ଚ୍ଚନା: ଡୁମାଳ ସମାଜର ବିକାଶକୁ ଗୁରୁତ୍ୱ

ବରଗଡ଼,୨୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ନଦୀଖଣ୍ଡି ସାଇ ମନ୍ଦିର ପରିସରରେ ରବିବାର ଡୁମାଳ ପରିବାରର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ...

ପାକିସ୍ତାନ ସୁପର ଲିଗରେ ସାମିଲ ଥିବା ୨୩ ଭାରତୀୟ ସ୍ବଦେଶ ଫେରିଲେ

କରାଚୀ,୨୭ା୪: ପାକିସ୍ତାନ ସୁପର ଲିଗ (ପିଏସ୍‌ଏଲ୍‌)ର ପ୍ରଡକଶନ ଓ ବ୍ରଡକାଷ୍ଟ ଦଳର ଅଂଶଥିବା ୨୩ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପହଞ୍ଚାଇବା ଲାଗି ପାକିସ୍ତାନ କ୍ରିକେଟ...

Pakistan: ପାକ୍‌ ଗିରଫ କରିଥିବା ଭାରତୀୟ ଯବାନଙ୍କୁ ଖୋଜି ଖୋଜି ପାକିସ୍ତାନ ପଳାଇଲେ ଗର୍ଭବତୀ ସ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୭।୪: ସ୍ବାମୀଙ୍କୁ ମୁକୁଳେଇବା ପାଇଁ ପାକିସ୍ତାନ ଗସ୍ତ କରୁଛନ୍ତି ସ୍ତ୍ରୀ। ପଞ୍ଜାବର ଫେରୋଜପୁର ଜିଲାରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିବା ଅଭିଯୋଗରେ ପାକିସ୍ତାନ ରେଞ୍ଜର୍ସ ଦ୍ୱାରା...

ଏସିଆନ ଭଲିବଲ୍‌ରୁ ଓହରିଲା ଭାରତ

ଲାହୋର,୨୭ା୪: ପହଲଗାମ୍‌ରେ ଏପ୍ରିଲ ୨୨ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୬ ପର୍ଯ୍ୟଟକ ନିହତ ହେବାପରେ ଆସନ୍ତା ମାସରେ ଭାରତ ଓ ପାକିସ୍ତାନ ଇସ୍‌ଲାମାବାଦରେ ଖେଳାଯିବାକୁଥିବା ସେଣ୍ଟ୍ରାଲ...

Pahalgam Attack: ଆକ୍ରମଣବେଳେ ଜାମା ମସଜିଦରେ ଚାଲିଥିଲା ଏମିତି, ସେଦିନ ନମାଜ ପାଠ ସାରି ମୁସଲମାନମାନେ କହିଥିଲେ…

ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ହମଲାରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ପରେ ସମଗ୍ର...

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ, ହସ୍ପିଟାଲରେ ଉତ୍ତେଜନା

ଭଦ୍ରକ,୨୭ା୪(ସନାତନ ରାଉତ)- ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ ପିଛା ଛାଡୁନାହଁ।  ୩ ଦିନ ତଳେ ଜଣେ ମହିଳା ରୋଗୀଙ୍କ ଲିଫ୍ଟରେ ଚାପି ହୋଇ ମୃତ୍ୟୁ...

ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ! AIର ଭୟଙ୍କର ଆକଳନ

ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image