Categories: ଜାତୀୟ

ଭାଜପାରୁ ଇସ୍ତଫା ଦେଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷ

କୋଲକାତା,୬।୯: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି। ବୁଧବାର ସେ କହିଛନ୍ତି ଯେ ମୋର ଶୁଭେଚ୍ଛା ଦଳ ସହିତ ରହିଛି। କିନ୍ତୁ ସେମାନେ ସମସ୍ତ ସମ୍ପ୍ରଦାୟକୁ ଏକଜୁଟ କରିବା ଉଚିତ। ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ ତାଙ୍କର ଇସ୍ତଫା ସମସ୍ତଙ୍କୁ ଚମକାଇ ଦେଇଛି। ଚନ୍ଦ୍ର କୁମାର ବୋଷ ୨୦୧୬ରେ ପଶ୍ଚିମବଙ୍ଗରେ ଭାଜପାର ଉପାଧ୍ୟକ୍ଷ ଥିଲେ ଏବଂ ୨୦୨୦ରେ ତାଙ୍କୁ ଛାଡି ଦିଆଯାଇଥିଲା। ସେ କହିଛନ୍ତି ଯେ ବୋଷ ଭାଇ – ସୁବାଷ ଚନ୍ଦ୍ର ବୋଷ ଏବଂ ସରତ ଚନ୍ଦ୍ର ବୋଷଙ୍କ ଆଦର୍ଶ ପ୍ରଚାର କରିବା ପାଇଁ ସେ କେନ୍ଦ୍ର କିମ୍ବା ରାଜ୍ୟ ସ୍ତରରେ ତାଙ୍କୁ କୌଣସି ସମର୍ଥନ ପାଇନାହାଁନ୍ତି। ଏହି ପ୍ରଶଂସନୀୟ ଉଦ୍ଦେଶ୍ୟ ହାସଲ କରିବା ପାଇଁ ମୋର ନିଜସ୍ବ ପ୍ରୋତ୍ସାହନମୂଳକ ଉଦ୍ୟମ କେନ୍ଦ୍ର କିମ୍ବା ପଶ୍ଚିମବଙ୍ଗର ରାଜ୍ୟ ସ୍ତରରେ ଭାଜପା ତରଫରୁ କୌଣସି ସମର୍ଥନ ପାଇ ନାହିଁ। ମୋର ପ୍ରସ୍ତାବକୁ ଅଣଦେଖା କରାଯାଇଥିଲା। ଏହି ଦୁର୍ଭାଗ୍ୟଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାଜପା ସଦସ୍ୟ ଭାବରେ ସମସ୍ତ କାର୍ଯ୍ୟ ଜାରି ରଖିବା ମୋ ପକ୍ଷେ ଅସମ୍ଭବ ହୋଇପଡିଛି ବୋଲି ସେ ଲେଖିଛନ୍ତି।

Share