ଭିଡିଓ ପ୍ରସ୍ତୁତ କରି ଲୋକଙ୍କୁ ଏହି ନିବେଦନ କଲେ ନେତାନ୍ୟାହୁ

ଜେରୁଜେଲମ,୧୬ା୭: ପ୍ରବଳ ଉତ୍ତାପ ଯୋଗୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସେ ଘରେ ବେହୋସ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେ ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ସମୁଦ୍ର କୂଳରେ ବୁଲିବା ସମୟରେ ଉତ୍ତାପର ସମ୍ମୁଖୀନ ହୋଇଥିଲେ। ଯଦିଓ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସୁଛି, ସେ ଏକ ଭିଡିଓ ମାଧ୍ୟମରେ ସାପ୍ତାହିକ କ୍ୟାବିନେଟ ବୈଠକ ସହିତ ଆଗକୁ ବଢ଼ିବାକୁ କହିଛନ୍ତି।

ହସ୍ପିଟାଲରେ ଥାଇ ଏକ ଭିଡିଓ ପ୍ରସ୍ତୁତ କରି ହସିହସି ନେତାନ୍ୟାହୁ କହିଛନ୍ତି, ଶୁକ୍ରବାର ୩୮ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାରେ ଗୌଲିଲି ସାଗର କୂଳରେ ଛୁଟି ମନାଇବାର ପରିଣାମ ଭୋଗୁଛି। ତେଣୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି, ଖରାରେ ବୁଲନ୍ତୁ ନାହିଁ, ପ୍ରଚୁର ପାଣି ପିଅନ୍ତୁ। ଆପଣଙ୍କ ନୂଆ ସପ୍ତାହ ଭଲ ରହିବ।

Share