ରଣକ୍ଷେତ୍ରରେ ନେତାନ୍ୟାହୁ

ଗାଜା,୨୦।୧୦: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନି ଭୟଙ୍କର ହେଉଛି। ଏହାରି ଭିତରେ ଖାନ ୟୁନିସରେ ଆଇଡିଏଫ ଏୟାରଷ୍ଟ୍ରାଇକ କରିଛି। ଏଥିରେ ୨୧ଜଣଙ୍କର ମତ୍ୟୁ ହୋଇଛି। ସେହିପରି ଗାଜା ଚର୍ଚ୍ଚରେ ଆକ୍ରମଣକୁ ନେଇ ପୁଣି ଥରେ ଇସ୍ରାଏଲକୁ ଦାୟୀ କରିଛି ହମାସ। ଚର୍ଚ୍ଚ ଆକ୍ରମଣରେ ଅନେକଙ୍କ ଜୀବନ ଯାଇଥିବା ହମାସ ଅଭିଯୋଗ କରିଛ। ସେପଟେ ପାଲେଷ୍ଟିନୀୟଙ୍କ ମୃତ୍ୟୁ ସଂଖ୍ୟା ୪ ହଜାରକୁ ଟପିଥିବାବେଳ ୧୩ ହଜାର ୫୦୦ରୁ ଅଧିକ ଆହତ ହୋଇଛନ୍ତି।

ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ରଣକ୍ଷେତ୍ରରେ ଇସ୍ରାଏଲୀ ଯବାନଙ୍କୁ ଭେଟିଛନ୍ତି। ଆଇଡିଏଫର ଯବାନମାନଙ୍କୁ ସମ୍ବୋଧିତ କରିବା ସହ ସେମାନଙ୍କୁ ଉତ୍ସାହିତ କରିଛନ୍ତ। ସେ କହିଛନ୍ତି, ସାରା ଦେଶର ଗୋଲାନି ସୈନିକମାନେ ଏଠାରେ ଏକତ୍ର ହୋଇଛନ୍ତି। ସେମାନେ ପୂର୍ବରୁ ସିଂହ ଭଳି ଲଢ଼ିଛନ୍ତି, ଆଗକୁ ମଧ୍ୟ ସିଂହ ଭଳି ଲଢ଼ିବେ। ନେତାନ୍ୟାହୁଙ୍କ କଥା ଶୁଣି ଯବାନମାନେ ଉତ୍ସାହିତ ହୋଇଯାଇଥିଲେ।

Share