ଗାଜାରେ ଲୋକଙ୍କୁ ବଞ୍ଚାଇବାରେ ସଫଳ ନ ହେବାରୁ ଦୁଃଖ ପ୍ରକାଶ କଲେ ନେତାନ୍ୟାହୁ

ଜେରୁଜେଲମ,୧୭।୧୧: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଗାଜାରେ ହମାସ ବିରୋଧରେ ଲଢେଇ ସମୟରେ ସାଧାରଣ ନାଗରିକଙ୍କୁ କ୍ଷତିରୁ ରକ୍ଷା କରିବା ପାଇଁ ତାଙ୍କ ଦେଶ ଯଥାସମ୍ଭବ ଉଦ୍ୟମ କରୁଛି। ଏପରିକି ପଳାୟନ ପାଇଁ ଚେତାବନୀ ଲିଫଲେଟ ବଣ୍ଟନ କରାଯାଇଥିଲା, କିନ୍ତୁ ଆହତଙ୍କ ସଂଖ୍ରା ହ୍ରାସ ପାଇଁ ଉଦ୍ୟମ ସଫଳ ହୋଇପାରିଲା ନାହିଁ।
ଆମେରିକାର ନ୍ୟୁଜ ଚ୍ୟାନେଲ ନେତାନ୍ୟାହୁଙ୍କୁ ପଚାରିଥିଲା ଯେ ଅକ୍ଟୋବର ୭ରେ ଗାଜାର ଶାସକ ହମାସ ଆତଙ୍କବାଦୀଙ୍କ ଆକ୍ରମଣର ପ୍ରତିଶୋଧ ନେବାକୁ ଇସ୍ରାଏଲର ହଜାର ହଜାର ପାଲେଷ୍ଟାଇନୀୟଙ୍କୁ ହତ୍ୟା କରିବା ନୂତନ ପିଢି ପାଇଁ ଘୃଣା ସୃଷ୍ଟି କରିବ କି।
ନେତାନ୍ୟାହୁ କହିଛନ୍ତି ଯେ କୌଣସି ସାଧାରଣ ନାଗରିକଙ୍କ ମତ୍ୟୁ ଏକ ଦୁଃଖଦ ଘଟଣା। ସାଧାରଣ ନାଗରିକଙ୍କୁ କ୍ଷତିରୁ ମୁକ୍ତ କରିବା ପାଇଁ ଆମେ ସବୁକିଛି କରୁଛୁ, ଯେତେବେଳେ କି ହମାସ ସେମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ସବୁକିଛି କରୁଛନ୍ତି। ତେଣୁ ଆମେ ଲିଫଲେଟ ପଠାଉଛୁ, ସେମାନଙ୍କୁ ଫୋନ କରି ଡସେହି ସ୍ଥାନ ଛାଡିବାକୁ କହିବା ଦ୍ୱାରା ଅନେକ ଲୋକ ମଧ୍ୟ ସେହି ସ୍ଥାନ ଛାଡି ଚାଲିଯାଇଛନ୍ତି।

Share