ହସ୍ପିଟାଲରୁ ଫେରିଲେ ନେତାନ୍ୟାହୁ…

ଜେରୁଜେଲମ୍‌,୧୭।୭ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଡାକ୍ତରମାନେ ଡାକ୍ତରଖାନାରୁ ଡିସଚାର୍ଜ କରିଛନ୍ତି। ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ମୁଣ୍ଡ ବୁଲାଇବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପରୀକ୍ଷା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି।

ସୂଚନାନୁସାରେ, ୭୩ ବର୍ଷିୟ ନେତାନ୍ୟାହୁଙ୍କୁ ସାମାନ୍ୟ ମୁଣ୍ଡ ବୁଲାଇବା ପରେ ଶନିବାର ଶିବା ମେଡିକାଲକୁ ନିଆଯାଇଥିଲା। ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ କହିଛି ପରୀକ୍ଷା ପରେ ତାଙ୍କୁ ଡାକ୍ତରଖାନାରୁ ମୁକ୍ତ କରାଯାଇଛି। ପୂର୍ବରୁ କାର୍ଯ୍ୟାଳୟ କହିଥିଲା ପରୀକ୍ଷା ରିପୋର୍ଟ ସ୍ବାଭାବିକ ଏବଂ ନେତାନ୍ୟାହୁ ସୁସ୍ଥ ଅନୁଭବ କରୁଛନ୍ତି।

ଏଥି ସହିତ ଶିବା ମେଡିକାଲ କେନ୍ଦ୍ର କହିଛି ହୃଦୟ ଏବଂ ବିପି ସମେତ ବିଭିନ୍ନ ପରୀକ୍ଷା ପରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସ୍ବାସ୍ଥ୍ୟ ଭଲ ଥିବା ଜଣାପଡିଛି। ପ୍ରଧାନମନ୍ତ୍ରୀ ଡିସଚାର୍ଜ ହେବା ପରେ ତାଙ୍କ ଡାକ୍ତରୀ ଦଳ ତାଙ୍କର ଯତ୍ନ ନେବେ ବୋଲି ଡାକ୍ତରଖାନା କହିଛି।

ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ କହିଛି ସେ ଉତ୍ତର ଇସ୍ରାଏଲର ଏକ ପର୍ଯ୍ୟଟନ ସ୍ଥଳୀ ‘ଗାଲିଲୀ ସାଗରରେ’ ସେ ଅବସର ସମୟ ବିତାଉ ଥିଲେ। ଏହି ସ୍ଥାନରେ ତାପମାତ୍ରା ପ୍ରାୟ ୪୦ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା। ଏହି କାରଣରୁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଶରୀରରେ ଜଳ ଅଭାବ ଦେଖାଦେଇଥିଲା। ତାଙ୍କର ମୁଣ୍ଡ ବୁଲାଇ ଥିଲା।

Share